Home Breaking News / ତାଜା ଖବର କରୋନା ଭୟ: ବ୍ଳକ କାର୍ଯ୍ୟାଳୟକୁ ଆସୁନାହାନ୍ତି ବିଡିଓ

କରୋନା ଭୟ: ବ୍ଳକ କାର୍ଯ୍ୟାଳୟକୁ ଆସୁନାହାନ୍ତି ବିଡିଓ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ: କରେ ।ନାଭୟ ଏବେ ସମସ୍ତଙ୍କୁ ଘାରିଛି । ବ୍ଲକକୁ ବିଡିଓ ଆସୁନାହଁ।ନ୍ତି ଜମା, ଫଳରେ ବିଭିନ୍ନ କାର୍ଯ୍ୟରେ ଗ୍ରାମାଞ୍ଚଳର ଲୋକେ ବ୍ଳକ ଅଫିସ ଆସି ଅପେକ୍ଷା କରି କରି ଫେରୁଛନ୍ତି । ଏ ଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକରୁ।
ଦିନେ କି ଦୁଇ ଦିନ ନୁହେଁ ଗଲା ୧୦ ଦିନରୁ ଅଧିକା ହେବ ବିଡିଓବ୍ଳକ ଅଫିସ ଆସିନାହାନ୍ତି । ତେବେ ସରକାରି ବାସ ଭବନରେ ରହି ଜରୁରୀ ଅଫିସ କାମ କିଛି କିଛି କରୁଥିବା ଜଣାପଡିଛି ।
ବ୍ଳକରେ କିଛି କର୍ମଚାରୀ ଓ ଯନ୍ତ୍ରୀ କରୋନାରେ ସଂକ୍ରମିତ ହେବାପରେ ବୋଧହୁଏ କରୋନା ସଂକ୍ରମଣ ଆଶଙ୍କ।କରି ବାସ ଭବନରେ ରହୁଥିବା ଶୁଣିବାକୁ ମିଳୁଛି । ତେବେ ଏନେଇ ପଚାରିବାରେ ସେ ସାମାନ୍ୟ ଅସୁସ୍ଥ ଥିବା କହିଛନ୍ତି ।
ହେଲେ ଅସୁସ୍ଥ ଯୋଗୁ ଛୁଟି ନେଇ ପାରିଥାନ୍ତେ ସେ କିନ୍ତୁ ଛୁଟିରେ ନ ରହିବାସ ଭବନରେ ରହି କାର୍ଯ୍ୟକରୁଥିବା ନେଇ ସ୍ଥାନୀୟ କିଛି ଲୋକ ନାପସନ୍ଦ କରିଛନ୍ତି ।
ବିଡିଓ ନିୟମିତ ଅଫିସ୍ ନ ଆସିବା ଫଳରେ ଉନ୍ନୟନ୍ନ ମୂଳକ କାମ କିଛିଟା ବାଧାପ୍ରାପ୍ତ ହେଉଥିବା କୁହାଯାଉଛି।
ସେହିପରି ଶନିବାର ଓ ରବିବାର ସଟ ଡାଉନ ବେଳେ ବିଡିଓ ସଦର ମହକୁମାରେ ରହିବା ନିୟମ ଥିଲେ ମଧ୍ୟ ସେ ନିଜ ଗ୍ରାମଫରିଙ୍ଗିଆ ଚାଲି ଯାଉଥିବା ଅଭିଯୋଗ ହେଉଛି ।
ତେବେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଏଥିପ୍ରତି ଦୃଷ୍ଟି ଦେଇ ଉନ୍ନ ୟନ୍ନ ମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବା ଜରୁରୀ ।

related posts

1 comment

Deepak Kumar majhi June 25, 2021 - 4:25 pm

👍

Reply

Leave a Comment