Home Breaking News / ତାଜା ଖବର ୮ମ ବାଟାଲିୟନରେ ୧୦୭ ୟୁନିଟ ରକ୍ତ ସଂଗ୍ରହ

୮ମ ବାଟାଲିୟନରେ ୧୦୭ ୟୁନିଟ ରକ୍ତ ସଂଗ୍ରହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଛତ୍ରପୁର(ନିରଞ୍ଜନ ପାଢ଼ୀ): ସାରା ଦେଶରେ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ବେଳେ। ଏପଟେ ରକ୍ତର ଉତ୍କଟ ଅଭାବ ଦେଖାଦେଉଛି ବ୍ଲଡ଼ ବ୍ୟାଙ୍କରେ। ଅନେକ ଜୀବନ ରକ୍ତ ଅଭାବ ଯୋଗୁଁ ଜୀବନ ଯୁଦ୍ଧରେ ହାରି ଯାଉଛନ୍ତି। ହେଲେ ବର୍ତମାନ ସରକାରୀ ସ୍ତରରେ ହେଉ ଅବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଗକୁ ଆସି ରକ୍ତର ଅଭାବକୁ ଦୂର କରିଛନ୍ତି। ଛତ୍ରପୁର ସ୍ଥିତ ୮ମ ବାଟାଲିୟନରେ ୧୦୫ ଜଣ ପ୍ଲାଜମା ଦାନ କରି ପୋଲିସ ବିଭାଗରେ ଅଦଭୁତ ପୂର୍ବ ସଫଳତା ସାଉଁଟି ଥିଲେ। ପୁଣି ଆଉ ଏକ ପାଦ ଆଗକୁ ଆସି ଶୁକ୍ରବାର ୮ମ ବାଟାଲିୟନ ପରିସରରେ ଥିବା ମେଡିକାଲରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ୮ମ ବାଟାଲିୟନର ଦୁର୍ଗପତି ଶ୍ରୀ ସୂର୍ଯ୍ୟ ନାରାୟଣ ମଲ୍ଲିକ ଯୋଗଦେଇ ଶୁଭାରମ୍ଭ କରିବା ସହ ନିଜେ ରହି ରକ୍ତଦାତାଙ୍କୁ ଉତ୍ସାହିତ କରୁଥିଲେ l ଏହି ଶିବିରରେ ମୋଟ ୧୦୭ଜଣ ରକ୍ତଦାନ କରି ୧୦୭ ୟୁନିଟ ସଂଗୃହିତ ହୋଇଛି। ଏହି କରୋନା ମହାମାରୀ ସମୟରେ ରକ୍ତର ଅଭାବ ଥିବାରୁ ଏହା ବହୁ ଲୋକଙ୍କ ଜୀବନରେ ସହାୟ ହେବ। ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି କାମାଣ୍ଡେଣ୍ଟ ସୁନୀଲ କୁମାର ବେହେରା,
ଆସିଷ୍ଟାଣ୍ଟ କାମାଣ୍ଡେଣ୍ଟ ଜ୍ୟୋତି ରଞ୍ଜନ ନାୟକ ଓ ଅରୁଣ କୁମାର ପ୍ରଧାନ, ସୁବେଦାର ଏମ କେ ଦାସ ଓ ଏସ ବେହେରା, ଓଡ୍ରାଫ ଲିଡର ଅଜିତ କୁମାର ରଥ ଓ ହିମାଂଶୁ ପାତ୍ର, ସିପାହୀ ଆସୋସିଏସନ ସଭାପତି ପ୍ରଭାକର ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

related posts

1 comment

Deepak Kumar majhi June 25, 2021 - 5:49 pm

👍

Reply

Leave a Comment