Home Breaking News / ତାଜା ଖବର ଅନାଥ ଶିଶୁ ହୋଇଗଲେ ଅସହାୟ, ସାହି ପୋଡିଶା ସାହା

ଅନାଥ ଶିଶୁ ହୋଇଗଲେ ଅସହାୟ, ସାହି ପୋଡିଶା ସାହା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): କୁହାଯାଏ ଜୀବନ ବଡ ଯନ୍ତ୍ରଣା ଦାୟକ । ହେଲେ ଜୀବନ କଣ ବୁଝିବା ଆଗରୁ ଜୀବନ କୁ ଜୀଇବା ଆଗରୁ ଏହି ତିନି ଶିଶୁ ଆଜି ଅନାଥ । କେତେ ବା ବୟସ ଏମାନଙ୍କର । ବାପ ମା ଶଦ୍ଦ ର ଅର୍ଥ ବି ଜାଣିନଥିବେ । ହେଲେ ଦୟବ ଦାଉ ରେ ତିନିଜଣଙ୍କ ମୁଣ୍ଡ ଉପରୁ ଏବେ ଉଭୟ ବାପା ମା ର ହାତ ଉଠିଯାଇଛି । ବଡ ଭାଇ ଉପରେ ଥିଲା ଦାୟିତ୍ୱ । ଦୁଃଖ ଯେତେବେଳେ ଆସେ ସାଙ୍ଗ ସାଥି ନେଇ ଆସେ । କିଛି ମାସ ତଳେ ଶୋଉତୁଣି ମା ର ଭାଇ ଚାଲିଗଲେ ଜେଲ । ଅନାଥ ତିନି ପିଲା ଭବିଷ୍ୟତ ରେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ।

ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧିନ ପଳାଶମୁଣ୍ଡଳୀ ପଞ୍ଚାୟତ ର କୁସୁମକୁଟି ଗ୍ରାମରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ବାପା ଓ ମା ଙ୍କ ମୃତ୍ୟୁ ପରେ ଏବେ ଅନାଥ ତିନି ଶିଶୁ । ସୂଚନାଯୋଗ୍ୟ ଯେ ପାଞ୍ଚ ବର୍ଷ ପୂର୍ବେ ପ୍ରଥମେ ମା ଙ୍କ ମୃତ୍ୟୁ ହୋଇଥିଲା ଓ ପରେ ପରେ ବାପା ମୋହନ ମୁର୍ମୁ ଟ୍ରାକ୍ଟର ଦୃଘଟଣା ରେ ଚାଲିଗଲେ । ତେବେ ମୋହନ ଦୁଇ ଜଣଙ୍କୁ ବିବାହ କରିଥିଲେ । ମୋହନ ସହିତ ତାଙ୍କ ଦୁଇ ଜଣ ସ୍ତ୍ରୀ ମଧ୍ୟ ଏବେ ଏ ଦୁନିଆରେ ନାହାନ୍ତି ।
ପ୍ରଥମ ସ୍ତ୍ରୀ ର ଛୁଆ ମାନେ ଏବେ ବାହା ସାହା ହୋଇ ଅନ୍ୟତ୍ର ରହୁଛନ୍ତି । ମୋହନ ର ପ୍ରଥମ ସ୍ତ୍ରୀ ର ଜଣେ ପୁଅ ଦ୍ୱିତୀୟ ସ୍ତ୍ରୀ ର ତିନି ଶିଶୁ ଙ୍କ ଭଲମନ୍ଦ ବୁଝୁଥିଲା । ତେବେ କୈ।ଣସି ଏକ ଘଟଣାରେ ଏବେ ସେ ଜେଲ୍ ରେ ଥିବା କହିଛନ୍ତି ଗ୍ରାମବାସୀ । ସେ ଜେଲ୍ ଗଲା ପରେ ମୋହନ ର ଦ୍ୱିତୀୟ ସ୍ତ୍ରୀ ର ତିନି ଶୁଶୁ ଏବେ ପୁରା ଅନାଥ ହୋଇପଡିଛନ୍ତି । ତିନି ଜଣ ଶିଶୁ ମଧ୍ୟରୁ ବଡ ଝିଅ କାପୁରା ମୁର୍ମୁ ଚତୁର୍ଥ ଶ୍ରେଣୀ ରେ ପଢୁଥିବା ବେଳେ ସାନ ଭାଇ ତୃତୀୟ ଶ୍ରେଣୀ ରେ ପଢୁଛି । ଏବଂ ସାନ ଭଉଣୀ ରାଣୀ ମୁର୍ମୁ ଓଙ୍ଗନବାଡି ରୁ ପାସ୍ କରିଛି ଦୁଇ ବର୍ଷ ହେଲାଣି କିନ୍ତୁ ଅଭିଭାବକ କେହି ନଥିବାରୁ ପ୍ରଥମ ଶ୍ରେଣୀ ରେ ଏଡିମିସନ ହେଇ ପାରୁନାହିଁ । ଚତୁର୍ଥ ଶ୍ରେଣୀ ରେ ପଢୁଥିବା ବଡ ଝିଅ କାପୁରା ମୁର୍ମୁ ଉପରେ ସମସ୍ତ ଦାୟିତ୍ୱ । ପୂର୍ବରୁ ରାସନ କାର୍ଡ ରେ ନାମ ଥିବା ରୁ ରାସନ ପାଉଛନ୍ତି । ଗ୍ରାମର ଲୋକମାନେ ରାସନ ସାମଗ୍ରୀ ଆଣି ଘରେ ପହଞ୍ଚାଇ ଦେଇ ଥାଆନ୍ତି । ଚାଉଳ ସିନା ପାଉଛନ୍ତି ହେଲେ ତରକାରୀ ଖାଇବାକୁ କିଛି ନାହିଁ ,ଲୁଗା ପଟା ବିନ୍ଧିବାକୁ ନାହିଁ କି ସାବୁନ ନାହିଁ । ଗ୍ରାମବାସୀ ମାନେ କେତେବେଳେ କେମିତି ନିଜ ଘର ତରକାରୀ ଦିଅନ୍ତି ,ନଚେତ ଲୁଣ ଲଙ୍କା ଦେଇ ଭାତ ପଖାଳ ଖାଇଥାନ୍ତି । ବଡ ଭଉଣୀ କାପୁରା ମୁର୍ମୁ କୂଅ ରୁ ପାଣି କାଢି ଝଟା ଲଟା ଆଣି ଭାତ ରାନ୍ଧିବା ସହିତ ଦୁଇ ଛୋଟ ଭାଇ ଭଉଣୀ ର ଯାହା ଯେମିତି ପାରନ୍ତି ଯତ୍ନ ନିଅନ୍ତି । ସାନ ଭାଇ ଅଳିକରି କୁହେ ତରକାରୀ ପାଇଁ କିନ୍ତୁ ବଡ ଭଉଣୀ ବୁଝାଇ କୁହେ ଆମର ତୋ ବାପା ମା ନାହିଁ ତେଣୁ ଲୁଣ ଲଙ୍କା ଦେଇ ଖାଇଦେ । ଅପରପକ୍ଷରେ ପାଠ ପଢିବା ର ଇଚ୍ଛା ରହିଛି କିନ୍ତୁ ଲୋକଡାଉନ କାରଣ ରୁ ସ୍କୁଲ ବନ୍ଦ ଥିବା ରୁ ଦୁଇ ବର୍ଷ ହେଲାଣି ପାଠପଢା ବନ୍ଦ ରହିଛି । ଏବେ ଅନଲାଇନ ରେ ପାଠପଢା ଆରମ୍ଭ ହୋଇଛି କିନ୍ତୁ ନା ଅଛି ମୋବାଇଲ ନା ମୋବାଇଲ କିଣିବା ପାଇଁ ଅଭିଭାବକ ।

ଅପରପକ୍ଷରେ ଗ୍ରାମବାସୀ ମାନେ କହିଛନ୍ତି ପୂର୍ବରୁ ମୋହନ ଙ୍କ ପ୍ରଥମ ସ୍ତ୍ରୀ ର ଜଣେ ପୁଅ ଏମାନଙ୍କ କଥା ବୁଝୁଥିଲେ ,ସେ ଦୀର୍ଘ ମାସ ହେଲା ଜେଲ୍ ଯିବା ପରେ ତିନି ଛୁଆ କଥା ବୁଝିବାକୁ କେହି ନାହିଁ, ଆମେ ମାନେ ଖଟିଖିଆ ଆଦିବାସୀ ଲୋକ ,ତେଣୁ ଯେତେବେଳେ ଯାହା ଆମେ ପାରୁଛୁ ଦେଉଛୁ । କିନ୍ତୁ ସବୁବେଳେ ତୋ ବୁଝିବା ସମ୍ଭବ ହେଉନାହିଁ । ପିଲାମାନଙ୍କର ଯତ୍ନ ନେବାକୁ କେହି ନାହିଁ, ନିଜେ ବିନା ସାବୁନ ରେ ବିନ୍ଧି ଥିବା ଛିଡା ଫଟା ଲୁଗା କୁ ସଫା କରୁଛନ୍ତି । ତାଙ୍କର ଯତ୍ନ ଓ ପାଠପଢା ପାଇଁ କିଛି ବ୍ୟବସ୍ଥା ନକଲେ କେତେବେଳେ କଣ ହେବ କିଏ ବୁଝିବ । ତେଣୁ ସରକାରୀ ସ୍ତରରେ ଯାହା ଯେମିତି ବ୍ୟବସ୍ଥା ଥିବ ଏମାନଙ୍କ ପାଇଁ କରିବା ଦରକାର ବୋଲି ଦାବି କରିଛନ୍ତି ।
ଏନେଇ ମୋରଡା ବିଡ଼ିଓ ଙ୍କ ମତାମତ ନେବାରୁ କହିଛନ୍ତି ଯେ ଆମ ନଜରକୁ ଏବେ ଆସିଛି । ତଦନ୍ତ କରି ସରକାରୀ ସ୍ତରରେ ଯାହା ହୈଇପାରିବ କରିବୁ ।

related posts

1 comment

Deepak Kumar majhi June 25, 2021 - 5:04 pm

👍

Reply

Leave a Comment