Home Breaking News / ତାଜା ଖବର ବିନା ଭକ୍ତରେ ରାୟଗଡରେ ଦେବ ସ୍ନାନ ପୂର୍ଣ୍ଣିମା ପାଳିତ

ବିନା ଭକ୍ତରେ ରାୟଗଡରେ ଦେବ ସ୍ନାନ ପୂର୍ଣ୍ଣିମା ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ପ୍ରତେକ ବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଜଗନାଥ ଙ୍କ ଦେବ ସ୍ନାନ ପୂର୍ଣ୍ଣିମା ପାଳନ ହୁଏ। ପୂର୍ବ ନିର୍ଦ୍ଧାରିତ ନିୟମାନୁସାରେ ସରବିଶ୍ୱରେ ଏହି ରୀତି ନୀତି ଅନୁଷ୍ଠିତ ହୋଇ ଥାଏ। ସେହିଭଳି ରାୟଗଡ ଜିଲ୍ଲା ସଦର ମହକୁମା ରେ ଥିବା ଜଗନାଥ ମନ୍ଦିରରେ ଏହି ନୀତି ନିରାଡ଼ମ୍ବର ସହ ବିନା ଭକ୍ତରେ ପାଳନ କରାଯାଇଛି। ଭକ୍ତଙ୍କ ଅତ୍ୟଧିକ ସମାଗମକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ସହ ଚଉରାଳୀସି ଧାରା କାର୍ଫୁୟୁ ଜାରି କରାଯାଇଛି। ରାଜା ଅମଳରୁ ପ୍ରତିଷ୍ଠିତ ଏହି ମନ୍ଦିରରେ ପୁରୀ ଜଗନାଥ ମନ୍ଦିରର ସମସ୍ତ ରୀତି ନୀତିପାଳିତ ହୁଏ। ରାୟଗଡ ଜିଲ୍ଲା ପ୍ରଶାସନ ବ୍ୟାରିକେଟ କରି ଜଣ ସାଧରଣଙ୍କୁ ପ୍ରବେସ ପଥକୁ ସିଲ କରି ନୀତିକାନ୍ତି ର କିପରି ବ୍ୟାଘାତ ନ ଘଟିବ ସେଥିପ୍ରତି ସଜାଗ ଥିଲେ। ସେହିଭଳି କଲ୍ୟାଣସିଙ୍ଘପୁର ବ୍ଲକ ,କୋଲନରା ବ୍ଲକ ପାଇକପଡା, ଗୁଣୁପୁର, ଗୁଡରି ଏହି ଭଳି ସବୁ ମନ୍ଦିରରେ ନୀତିକାନ୍ତି କରି ଭକ୍ତ ଶୂନ୍ୟ ରେ ପାଳନ କରାଯାଇଛି।

related posts

1 comment

Deepak Kumar majhi June 25, 2021 - 3:08 am

👍

Reply

Leave a Comment