Home Breaking News / ତାଜା ଖବର ଦଣ୍ଡାଧର ଡ୍ୟାମର ଶୀର୍ଷରେ ଚଢି ସେଲଫି ନେଉଛନ୍ତି: ସ୍ଥାଇ ଜଗୁଆଳି ନିଯୁକ୍ତି ପାଇଁ ଦାବି

ଦଣ୍ଡାଧର ଡ୍ୟାମର ଶୀର୍ଷରେ ଚଢି ସେଲଫି ନେଉଛନ୍ତି: ସ୍ଥାଇ ଜଗୁଆଳି ନିଯୁକ୍ତି ପାଇଁ ଦାବି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ ସଦର ମହକୁମା ଠାରୁ ୧୦ କିମି ଦୁରରେ ଦଣ୍ଡାଧର ଡ୍ୟାମ ଅବସ୍ଥିତ ।ରାଜ୍ୟ ସରକାର ଏହି ଡ୍ୟାମ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେଇଥିଲେ ମଧ୍ୟ ଏହାର କୌଣସି ସୁବିଧା ନାହିଁ ।ପର୍ୟ୍ଯଟକ ମାନଙ୍କ ପାଇଁ ନା ରହିବା ପାଇଁ ଘର ଅଛି ନା ପାନୀୟ ଜଳର ବ୍ୟବସ୍ଥା ଅଛି ।ଦୁର୍ଭାଗ୍ୟ ବଶତଃ ଏଠାରେ ଦୁଇ ଜଣ ଅସ୍ଥାଇ ଜଗୁଆଳି ଥିଲେ ମଧ୍ୟ ଅବାଧରେ ଲୋକମାନେ ଡ୍ୟାମ ଭିତରକୁ ଯାଇ ଡ୍ୟାମ ର ଗେଟ ର ଶୀର୍ଷ କୁ ଚଢି ସେଲଫି ନେଉଛନ୍ତି ।ସାମାନ୍ୟ ଅନ୍ୟମନସ୍କ ହେଲେ ବହୁମୂଲ୍ୟ ଜୀବନ ଯିବାକୁ ଏଡାଇ ହେବ ନାହିଁ ।ଏ ସମ୍ପର୍କରେ ଡ୍ୟାମ କାମାକ୍ଷାନଗର ଏସ୍ଡ଼ିଓ ଅଜିତ କୁମାର ଗନିକ ଙ୍କ ସହିତ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସେ କହିଛନ୍ତି ଆମେ ବିଭାଗକୁ ଲିଖିତ ଜଣାଇ ଅଛି ସ୍ଥାଇ ଜଗୁଆଳି ନିଯୁକ୍ତି କରିବା ସହିତ ଯେଉଁ ଲୋକମାନେ ଆସୁଛନ୍ତି ସେମାନଙ୍କୁ ଆଗକୁ ସଚେତନ କରିବା ସହିତ ନିସିଦ୍ଧାଅଞ୍ଚଳ ରେ ବ୍ୟାରିକେଟ କରାଯିବା ପାଇଁ କହିଛନ୍ତି । ଦଣ୍ଡାଧର ଡ୍ୟାମର ସୁରକ୍ଷା ବ୍ୟବସ୍ଥା କୁ ଅଧିକ କଡାକଡି କରାନଗଲେ ଅନେକ ମୂଲ୍ୟବାନ ଜୀବନ ଚାଲି ଯିବାକୁ ଏଡାଇ ହେବ ନାହିଁ ।ଆଗକୁ ସ୍ଥାଇ ଜଗୁଆଳି ନିଯୁକ୍ତି କରାନଗଲେ ଜନଆନ୍ଦୋଳନ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି ।

related posts

Leave a Comment