Home Breaking News / ତାଜା ଖବର ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ଛତ୍ରପୁର ବିଜେପିର ବିରୋଧ

ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ଛତ୍ରପୁର ବିଜେପିର ବିରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଛତ୍ରପୁର(ନିରଞ୍ଜନ ପାଢ଼ୀ): କେନ୍ଦ୍ର ସରକାର ଦେଶବାସୀଙ୍କୁ ମାଗଣା ଟୀକା ଯୋଗାଉଥିବା ବେଳେ , ରାଜ୍ୟରେ ବିଜେଡି ନେତୃତ୍ୱଧିନ ସରକାର ହୀନ ରାଜନୀତି କରୁଥିବା ନେଇ ଅଭିଯୋଗ କରିଛି ଛତ୍ରପୁର ବିଜେପି । ସାରା ରାଜ୍ୟରେ ଏନେଇ ପ୍ରତିବାଦ ଚାଲୁଥିଲା ବେଳେ ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରଶାନ୍ତ କରଙ୍କ ନେତୃତ୍ୱରେ ସନ୍ତ ରାଉଳଙ୍କ ସହ ବହୁ ବିଜେପି କର୍ମୀମାନେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପହଁଚି ପ୍ରତିବାଦ କରୁଥିବାର ଦୃଶ୍ୟା ଦେଖିବାକୁ ମିଳିଥିଲା । ସେମାନଙ୍କ ଅଭିଯୋଗ ହେଲା ,କେନ୍ଦ୍ର ସରକାର ସାରା ଦେଶକୁ ଟିକା ମାଗଣାରେ ପ୍ରଦାନ କରୁଥିଲା ବେଳେ ଓଡ଼ିଶାରେ କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଚିତ୍ର ଲଗାଯାଉଛି ,ତେଣୁ ଏହି ହୀନ ରାଜନୀତି ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ଚିତ୍ର ବା ଟୋକେନ୍ ଦେବା ବନ୍ଦ କରାଯାଉ ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ l ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର , ଏସଡିପିଓ ଗୌତମ କିସାନ୍ ,ଛତ୍ରପୁର ଆଇଆଇସି ପ୍ରୀୟସ୍ ରଞ୍ଜନ ଛୋଟରାୟ ଏବଂ ମେଡିକାଲ୍ ଏସଡିଏମଓ ଉପସ୍ଥିତ ରହି ବିଜେପି କର୍ମୀ ମାନଙ୍କୁ ବୁଝା ସୁଝା କରିବା ପରେ ସେମାନେ ଟୀକାକରଣ କେନ୍ଦ୍ରରୁ ଓହରିଥିଲେ l

ଟିକା କେନ୍ଦ୍ରରେ ପୋଷ୍ଟର ଚିରା କୁ ନେଇ ରାଜନୀତି , ମୂହାଁମୂହିଁ ହେଲେ ବିଜେଡି ବିଜେପି କର୍ମୀ
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡରେ ,ଆଠଗଡ ଉପଖଣ୍ଡସ୍ତରିୟ ଡାକ୍ତରଖାନାର ଟିକା କେନ୍ଦ୍ରରେ ବିଜେପି ନେତା ଓ କର୍ମୀ ଯାଇ ମୂଖ୍ୟମନ୍ତ୍ରୀଙ୍କ ଫଟୋ ଚିରୁଥିବା ବେଳେ ହଠାତ୍ ସେଠାରେ ବିଜେଡି କର୍ମୀ ପହଞ୍ଚି ପାଟିତୁଣ୍ଡ କରିଥିଲେ ଯେଉଁଥି ପାଇଁ କିଛି ସମୟ ଟିକା କେନ୍ଦ୍ରରେ ଉତ୍ତେଜନା ହେବା ସହ ଟିକା ବନ୍ଦ୍ ରହିଥିଲା , ଘଟଣା ସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ବୁଝାସୁଝା ପରେ ଟିକା ନେବା ସ୍ବଭାବିକ ହୋଇଥିଲା । ଅନ୍ୟ ପକ୍ଷରେ ଏହି ଘଟଣାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଜେପିକୁ ଛୋଟଲୋକ କହି ଆକ୍ଷେପ କରିବା ସହ କେନ୍ଦ୍ର ପାଇଁ ତିନିଲକ୍ଷ ଲୋକ ମୃତ୍ୟୁ ହୋଇଥିବା କହିଛନ୍ତି

related posts

1 comment

Deepak Kumar majhi June 25, 2021 - 3:11 am

👍

Reply

Leave a Comment