Home Breaking News / ତାଜା ଖବର ରାୟଗଡ ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଆକ୍ସିଜେନ ଉତ୍ପlଦନ(PSA) ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ

ରାୟଗଡ ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଆକ୍ସିଜେନ ଉତ୍ପlଦନ(PSA) ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ଓଡିଶାର ମାନ୍ୟବର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡ ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଆକ୍ସିଜେନ ଉତ୍ପlଦନ(ପି ଏସ ଏ) ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, କୋରୋନାର ଦ୍ୱିତୀୟ ଲହରରେ ମେଡିକାଲ କରୋନାର ଦ୍ୱିତୀୟ ଲହରରେ ମେଡିକାଲ ଅକ୍ସିଜେନ୍‍ ଆବଶ୍ୟକତା ବହୁତ ବଢିଯାଇଥିଲା । ଏହି ସମୟରେ ଓଡିଶା ନିଜର ଆବଶ୍ୟକତା ପୂରଣ କରିବା ସହ ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍‍ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି । ପ୍ରତି ଓଡିଆଙ୍କ ପାଇଁ ଏହା ଆତ୍ମସନ୍ତୋଷର ବିଷୟ । ଅକ୍ସିଜେନ୍‍ ଉତ୍ପାଦନଠାରୁ ଆରମ୍ଭ କରି ରୋଗୀଙ୍କ ପାଖରେ ପହଞ୍ଚାଇବା ଏକ ଜଟିଳ ପ୍ରକ୍ରିୟା ।ଏଥିରେ ଅନେକ ଯନ୍ତ୍ରପାତି, ଯାନବାହନ, ନିରନ୍ତର ତଦାରଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରୀ । ଦ୍ୱିତୀୟ ଲହର ମୁକାବିଲା ଲାଗି ଓଡିଶାକୁ ଦେଶର ବିଭିନ୍ନ ସ୍ଥାନ ସମେତ ଚାଇନାରୁ ଅକ୍ସିଜେନ୍‍ ସିଲିଣ୍ଡର ଅଣାଯାଇଛି । ଏହାଦ୍ୱାରା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅଧିକ ସୁଦୃଢ ହୋଇଛି । କରୋନା ଭୂତାଣୁ ସଂକ୍ରମଣର ଗତି ଅନିଶ୍ଚିତ । ଏଥିଲାଗି ଆମକୁ ପ୍ରସ୍ତୁତ ରହିବାକୁ ହେବ । ରାଜ୍ୟର ସ୍ଥାସ୍ୟ ଭିତ୍ତିଭୂମି, ସ୍ୱାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କାମ କରାଯାଉଛି । ପ୍ରମୁଖ ହସ୍ପିଟାଲ୍‍ଗୁଡିକରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ନିର୍ମାଣ କରାଯାଉଛି । ଆଜିର ନୂଆ ବ୍ୟବସ୍ଥା ଲୋକଙ୍କୁ ଖୁବ୍‍ ଶୀଘ୍ର ସେବା ଯୋଗାଇବ l କୋଭିଡ ନିୟମ ପାଳନ ସାଙ୍ଗକୁ ଟୀକାକରଣ ସମସ୍ତେ ସହଯୋଗ କରିବା ଅନୁରୋଧ କରିଥିଲେ l
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଅକ୍ସିଜେନ୍‍ କ୍ଷେତ୍ରରେ ଓଡିଶା ଦେଶ ପାଇଁ ନୂଆ ଆଶା ହୋଇପାରିଛି । ଆଜିର ଭିତ୍ତିଭୂମି ବ୍ୟବସ୍ଥା ଦ୍ୱାରା ରାଜ୍ୟ ତୃତୀୟ ଲହରର ସଫଳ ମୁକାବିଲା କରିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ସେହିପରି ରାୟଗଡରେ ମାନ୍ୟବର ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସlରକା ଯୋଗଦେଇ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ l ରାୟଗଡ ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଆକ୍ସିଜେନ ଉତ୍ପlଦନ(ପି ଏସ ଏ) ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଥିଲେ l ସରକାରଙ୍କ ଦୁରଦୃଷ୍ଟି ଫଳରେ ଆଜି ରାଜ୍ୟ ପ୍ରଥମ ଓ ଦ୍ଵିତୀୟ ଲାହାରିକୁ ସଫଳତା ସହିତ ମୁକାବିଲା କରି ପାରିଛି ବୋଲି କହିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ମାନ୍ୟବର ବିଧାୟକ ରାୟଗଡ ଶ୍ରୀ ମକରନ୍ଦ ମୁଦୁଲି,ମାନ୍ୟବର ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଅନ୍ୟନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀଅନେକ ଯୋଗଦେଇଥିଲେ l
ଭlରଚୁଆଲ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଲେ, ରାୟଗଡକୁ ମିଶାଇ ରାଜ୍ୟର 8ଟି ଜିଲ୍ଲାରେ ଏହି ବ୍ୟବସ୍ଥା ଆଜି କରଲଯାଇଥିବା ପ୍ରକାଶ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ସୁରେଶ କୁମାର ମହାପାତ୍ର ଓ ଅନ୍ୟନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ

related posts

1 comment

Deepak Kumar majhi June 25, 2021 - 3:07 am

👍

Reply

Leave a Comment