Home Breaking News / ତାଜା ଖବର କେରଜୁଳି ପଞ୍ଚାୟତରେ ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା ଅଭିଯାନ

କେରଜୁଳି ପଞ୍ଚାୟତରେ ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା ଅଭିଯାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡ଼ାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ କେରଜୁଳି ପଞ୍ଚାୟତର ଗାଁ କଲ୍ୟାଣ ସମିତି ପକ୍ଷରୁ କେରଜୁଳି , ରୋଡଙ୍ଗ ଝାଞ୍ଜରିବେରନା , କେନ୍ଦୁମୁଣ୍ଡା , ଘୁଟୁରିଗାଁ, ମୁଣ୍ଡାସାହି, ଓ ମାଧମୁଣ୍ଡା କରୋନା ଭାଇରସ ମୁକାବିଲା ପାଇଁ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା।ବିରାଶାଲ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡଃ. ପ୍ରଦୀପ କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ର ଆଶା କର୍ମୀ, ଅଙ୍ଗନାୱାଡ଼ି କର୍ମୀ,ୱାର୍ଡ ମେମ୍ବର ତଥା ଗାଁ କଲ୍ୟାଣ ସମିତିର ସଭ୍ୟ ସଭ୍ୟା ମାନଙ୍କର ସହଯୋଗରେ କରୋନା ମହାମାରୀରୁ ରକ୍ଷା ପାଇବାପାଇଁ ଗ୍ରାମବାସୀ ମାନଙ୍କୁ ସଚେତନତା କରାଯାଇଥିଲା। ସାମାଜିକ ଦୂରତ୍ୱ ଅବଲମ୍ବନ କରିବା,ମାସ୍କ ପରିଧାନ କରିବା, ବାରମ୍ବାର ସାବୁନ୍ ରେ ହାତ ଧୁଇବା ଆଦି ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରାଯାଇଥିଲା। ପ୍ରଥମ ଡୋଜ ଟିକା ସରିବାର ଓ ଦ୍ଵିତୀୟ ପାଳିର ଟିକା ଆରମ୍ଭ ହେବାର ସମୟରେ କରୋନା ଟିକା ସଠିକ୍ ସମୟରେ ନେବା ପାଇଁ ଗ୍ରାମବାସୀ ମାନଙ୍କୁ ସ୍ଵତନ୍ତ୍ର ଡେ଼ଙ୍ଗୁରା ବାଡେଇ ଗାଁ ଗାଁ ପହଞ୍ଚି ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ ।ଗର୍ଭବତୀ ମହିଳା ଓ ଗରିବ ଲୋକ ମାନଙ୍କୁ ମାସ୍କ, ସାନିଟାଇଜର ବଣ୍ଟନ କରାଯାଇଥିବାର ନିଷ୍ପତି କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କେରଜୁଳି ପଞ୍ଚାୟତ ସରପଞ୍ଚ ରଶ୍ମିତା ସାହୁ , ମହିଳା ସ୍ବାସ୍ଥ୍ୟକର୍ମୀ ଡାଳିମ୍ବ ସିଂହ , ସ୍ବାସ୍ଥ୍ୟକର୍ମୀ ଅନାଦି ଚରଣ ପ୍ରଧାନ, କେରଜୁଳି ପଞ୍ଚାୟତର ସମସ୍ତ ଆଶାକର୍ମୀ , ଅଙ୍ଗନାବାଡିକର୍ମୀ, ୱାର୍ଡମେମ୍ବର ପ୍ରତ୍ୟେକ ଗ୍ରାମର ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଫାଉଡେସନ ଫର୍ ଇକୋଲୋଜିକାଲ୍ ସିକୁରିଟି (FES) କେରଜୁଳିର ସମ୍ବୁନାଥ ସେଠୀ ତତ୍ତ୍ଵାବଧାନରେ ଗାଁ କଲ୍ୟାଣ ସମିତି ଦ୍ୱାରା କୋଭିଡି ସଚେତନତା କାର୍ଯ୍ୟକ୍ରମ କୁ ସାଧାରଣ ରେ ପ୍ରସଂସା କରାଯାଇଥିଲା ।

related posts

1 comment

Deepak Kumar majhi June 25, 2021 - 3:10 am

👍

Reply

Leave a Comment