Home Breaking News / ତାଜା ଖବର ପ୍ରଶାସନଙ୍କ ଫୋକସରେ ଦୁର୍ଗମ ଅଞ୍ଚଳ

ପ୍ରଶାସନଙ୍କ ଫୋକସରେ ଦୁର୍ଗମ ଅଞ୍ଚଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ-ବୁଧବାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅପହଞ୍ଚ ତଥା ଦୁର୍ଗମ ଇଲାକାରେ ବସବାସ କରୁଥିବା ଲୋକଙ୍କ ପାଖରେ ପହଞ୍ଚିଛି ପ୍ରଶାସନ। ରାଇକିଆ ବ୍ଲକ୍ ଠାରୁ ୨୫ କିଲୋମିଟର ଦୂରରେ ରହିଛି ଦୁର୍ଗମ ଅଞ୍ଚଳ ଡାଙ୍ଗିସି।ଏହା ମାଣିକେଶ୍ଵର ଗ୍ରାମ ପଞ୍ଚାୟତ ଠାରୁ ୭ କିଲୋମିଟର ଦୂର ରହିଥିବା ବେଳେ ତିନି କିଲୋମିଟର ବଣ ପାହାଡ ଘେରା ଜଙ୍ଗଲ ଦେଇ ଚାଲିଚାଲି ପହଞ୍ଚି ଥିଲେ ବିଡ଼ିଓ ପ୍ରବିଣ କୁମାର ବାଣୁଆଙ୍କ ସହ ତାଙ୍କ କର୍ମଚାରୀ। ଗାଁ ରେ ରହିଛି ଅନେକ ସମସ୍ୟା। ସରକାରଙ୍କ ଯୋଜନା ରେ ରାସ୍ତା ଖଣ୍ଡିଏ ନାହିଁ ଗାଁ କୁ, ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି ଲୋକେ, ଛୁଆଁ ପାଣି ଉପରେ ଭରସା କରୁଥିବା ବେଳେ ସେଠାରେ ରହିଛି ଅନେକ ସମସ୍ୟା। ଗାଁ ରେ ୧୩ ପରିବାରର ୪୫ ଜଣ ସଦସ୍ୟ ରହିଛନ୍ତି। ସେଥିମଧ୍ୟରୁ କିଛି ବ୍ୟକ୍ତି ଭତ୍ତା ପାଉଥିବା ବେଳେ ଅନ୍ୟମାନେ ପାଉନାହାନ୍ତି। ବୁଧବାର ବ୍ଲକ୍ ପ୍ରଶାସନ ଟିମ୍ ପହଞ୍ଚି ଗାଁର ସମସ୍ୟା ନେଇ ଲୋକଙ୍କ ସହ ଆଲୋଚନା କରିଥିବାବେଳେ କରୋନା ନେଇ ସଚେତନତା କରାଯାଇଥିବା ବେଳେ ମାସ୍କ ଏବଂ ସାବୁନ ବଣ୍ଟନ କରାଯାଇଛି। ଗ୍ରାମରେ ଏମଜିଏନଆରଜି କାର୍ଯ୍ୟକୁ ତଦାରଖ କରାଯାଇ ଥିଲା। ପାନୀୟ ଜଳ ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ସେହି ଗାଁରେ ଏକ କୂଅ ଖୋଳିବାକୁ କୁହାଯାଇଛି। ଗାଁ କୁ ରାସ୍ତା ନଥିବା ଯୋଗୁଁ ନଳକୂପ ଖୋଳାଯାଇ ପାରୁନଥିବା ହେତୁ ବିଡ଼ିଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଏକ କୂଅ ଖୋଳିବାକୁ କୁହାଯାଇଛି। ଏବଂ ଯେଉଁ ମାନେ ଭତ୍ତା ପାଉନାହାନ୍ତି ସେମାନଙ୍କ ନାମ ଗ୍ରହଣ କରାଯାଇଛି। ଏହି ଗସ୍ତରେ ବିଡ଼ିଓଙ୍କ ସହ ଏପିଓ କେଦାର ପଣ୍ଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନିଲ କୁମାର ପଟ୍ଟନାୟକ, ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀ ପ୍ରଦ୍ୟୁମ୍ନ ବିଷୋୟୀ,ଜେଇ ବିକାଶ କୁମାର ନାୟକ,ବିପିସି କମଲ ପ୍ରସାଦ ନାୟକ,ସରପଞ୍ଚ ଭୁଷଣ ପ୍ରଧାନ,ଜିଆରଏସ ସଂଗ୍ରାମ ନାୟକଙ୍କ ସହ ସୁନା ଚାନ୍ଦ ନାୟକ ଗସ୍ତ କରିଥିଲେ।

related posts

1 comment

Deepak Kumar majhi June 25, 2021 - 3:06 am

👍

Reply

Leave a Comment