Home Breaking News / ତାଜା ଖବର ନକଲି କୋଭିଡ ଔଷଧ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ନକଲି କୋଭିଡ ଔଷଧ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନକଲି କୋଭିଡ ଔଷଧ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଶିବ ପ୍ରସନ୍ନ ଜେନାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ ଟି ଏଫ ଟିମ୍ । ଗିରଫ ପରେ କଟକ ଜିଲା ଦୌରାଜର୍ଜଙ୍କ କୋର୍ଟ ରେ ଶିବ ଜେନାକୁ ଏସଟିଏଫ ପକ୍ଷରୁ ହାଜର କରାଯାଇଛି। ଆଉ ଅଦାଲତରେ ହାଜର ପରେ ଚୌଦ୍ଵାର ଜେଲ୍ କୁ ପଠାଇ ଦେଇଛନ୍ତି। ୧୪ ଦିନିଆ ବିଚାର ବିଭାଗୀୟ ରିମାଣ୍ଡରେ ପଠାଇଛନ୍ତି ଅଦାଲତ। ମେଡିଲ ଏଡ଼୍ ମେଡିକାମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସନ୍ନ ନକଲି କୋଭିଡ ମେଡ଼ିସିନ ମାମଲାରେ ଜିଲା ଦୌରାଜଜ୍ ଅଦାଲତରେ ଜାମିନ ପାଇଁ ଆବେଦନ କରାଯାଇଛି। ଜାମିନ ଆବେଦନ ଶୁଣାଣି ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫକୁ କେସ୍ ଡାଏରି ମଗାଇଛନ୍ତି କୋର୍ଟ। ସୋମବାର ଦିନ ଏହି ଜାମିନ ଆବେଦନର ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି। ଅନ୍ୟ ପଟରେ ଏସଟିଏଫ ପକ୍ଷରୁ ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ କୌଣସି ଆବେଦନ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ଶିବ ପ୍ରସନ୍ନ ଜେନାଙ୍କ ଓକିଲ ସତ୍ୟ ରଞ୍ଜନ ମୂଳିଆ । ଗତକାଲି ଗିରଫ ହୋଇଥିଲେ ଶିବ ଜେନାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା, ପ୍ରୀତିପରଂଜନ ପରିଡା ଓ ସତ୍ୟ ପ୍ରକାଶ ମହାନ୍ତି ଙ୍କୁ ଗିରଫ କରିଥିଲା ଏସଟିଏଫ୍ ଟିମ୍।

related posts

1 comment

Deepak Kumar majhi June 25, 2021 - 3:08 am

👍

Reply

Leave a Comment