Home Breaking News / ତାଜା ଖବର ଚିକିତ୍ସା ପାଇଁ ପହଞ୍ଚିବା ବେଳେ ହୃଦଘାତରେ ମୃତ୍ୟୁ

ଚିକିତ୍ସା ପାଇଁ ପହଞ୍ଚିବା ବେଳେ ହୃଦଘାତରେ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ଆଜି ମାଣିଆବନ୍ଧ ଡାକ୍ତରଖାନାରେ ଗୋପୀନାଥପୁରର ଜଣେ ବ୍ୟକ୍ତି ଚିକିତ୍ସିତ ହେବାକୁ ପହଂଚିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି। ତାଙ୍କ ସ୍ତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ତା ପରେ ତାଙ୍କୁ କୋଭିଡ କେୟାର ସେଣ୍ଟର ବଡମ୍ବା ରେ ରଖାଯାଇଛି। ସ୍ବର୍ଗତ ବ୍ୟକ୍ତି ୪/୫ ଦିନ ଆଗରୁ ଜ୍ୱର ଦେହ ଖରାପରେ ପୀଡ଼ିତ ହୋଇ ଘରେ ମେଡିକାଲ ନ ଦେଖେଇ ଥିଲେ। ଗୁରୁତର ହୋଇ ହିକ୍କା ଆସୁଥିବା ବେଳେ ମେଡିକାଲକୁ ଆସିଥିଲେ। ଲହରର Virus Bol-617(2) ଠିକଣା ସମୟରେ ଚିକିତ୍ସା ନ କଲେ ଘାତକ ସାବ୍ୟସ୍ତ ହେଉଛି। Suspected Covid ହିସାବରେ ତାଙ୍କ ଶବକୁ ଦାହ କରାଯାଇଛି |

ବଡମ୍ବାରେ ଆଜି ୧୬ କୋଭିଡ ପଜିଟିଭ ନରସିଂହପୁରରେ ୧୫ ସମୁଦାୟ ୩୧ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ବଡମ୍ବାରୁ ସାତ ଜଣ ଚିହ୍ନଟ ହେଲାବେଳେ ମାଣିଆବନ୍ଧରୁ ୩ଜଣ, ଶଙ୍ଖାମେରୀରୁ ୨ଜଣ , ମଙ୍ଗରାଜପୁର, ନୂଆତଇଲାରୁ ଜଣେ ଲେଖାଏଁ, ବିରବରପୁରରୁ ୨ଜଣ ଚିହ୍ନଟ ହୋଇଛନ୍ତି।ନରସିଂହପୁରର ପାଇକପଡାପାଟଣା, ବନ୍ଧହୁଡ଼ା, କାନପୁର, କାକୁଡିଆରୁ ୨ଜଣ ଲେଖାଏଁ ଚିହ୍ନଟ ହେଲାବେଳେ ଏକଡାଳ, ସାଗର, ସଂଲଗ୍ନ ରତାପାଟ, କୋକଳବା, ରଣସିଂହପୁର, ନିଜିଗଡ଼, ବାଲିସାହିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

related posts

1 comment

Deepak Kumar majhi June 25, 2021 - 3:05 am

👍

Reply

Leave a Comment