Home Breaking News / ତାଜା ଖବର ବିଧବା ମହିଳାମାନଙ୍କ ପାଇଁ ଯୋଜନା ପ୍ରସ୍ତାବ ପତ୍ର ପ୍ରଦାନ

ବିଧବା ମହିଳାମାନଙ୍କ ପାଇଁ ଯୋଜନା ପ୍ରସ୍ତାବ ପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋମନା(ମିଥୁନ ସାଗର ଦୁରିଆ): ବିଧବା ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏବଂ ନୂଆପଡା ଜିଲ୍ଲା ତଥା କୋମନା ମହିଳା ଶକ୍ତି ସଂଗଠନ ତରଫ ରୁ ଏକ ଏକ ଛ ଦଫା ଯୋଜନା ପ୍ରସ୍ତାବ ପତ୍ର କୋମନା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପ୍ରଧାନ କରା ଯାଇଛି, ଏଥିରେ ଛ ଗୋଟି ଯୋଜନା କୁ ସ୍ଥାନ ଦିଆ ଯାଇ ଅଛି ଯଥା -ଆଜୀବନ ବିଧବା ଭତ୍ତା ମାସିକ 1000 ଟଙ୍କା ପ୍ରଦାନ , ପିଲା ମାନଙ୍କୁ ମାଗଣା ଶିକ୍ଷା 22 ବର୍ଷ ପର୍ଯ୍ୟନ୍ତ, ସରକାରୀ ବସ ଟ୍ରେନ ରେ ଯାତ୍ରା ପାଇଁ ପାସ ର ବ୍ୟବସ୍ଥା, ବିଜୁଳି, ପାଣି ବିଲ ଛାଡ଼ ଏବଂ ଯେଉଁ ମା ଭଉଣୀ ମାନେ ଭଡା ଘରେ ରହୁଛନ୍ତି ସେମାନଙ୍କୁ ମାଗଣା ଘର ଯୋଗାଇଦେବା l ଉକ୍ତ ଦାବି ପତ୍ର ଦେବା ସମୟରେ ନୂଆପଡା ମହିଳା ଶକ୍ତି ସଂଗଠନ ର ସମସ୍ତ କାର୍ଯ୍ୟକର୍ତ୍ତା ତଥା କୋମନା ମହିଳା ଶକ୍ତି ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଏହି ଯୋଜନା କାର୍ଯ୍ୟକାରୀ ହେଲେ ଅନେକ ବିଧବା ମହିଳା ମାନେ ଉପକୃତ ହୋଇ ପାରିବେ ବୋଲି ମହିଳା ଶକ୍ତି ର କାର୍ଯ୍ୟକର୍ତ୍ତା ମାନେ କହିଥିଲେ l

related posts

Leave a Comment