Home Breaking News / ତାଜା ଖବର କେଉଁ ତ୍ରୁଟି ପାଇଁ ଭାରତ ହାରିଲା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ?

କେଉଁ ତ୍ରୁଟି ପାଇଁ ଭାରତ ହାରିଲା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ୱଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତକୁ ୮ ୱିକେଟରେ ପରାସ୍ତ କରି ପ୍ରଥମ ଟାଇଟଲ ଜିତି ନେଇଛି ନ୍ୟୁଜିଲାଣ୍ଡ ଟିମ୍ । କିୱି ଟିମ୍ ର ଏହି ବିଜୟରେ ବଡ ଭୂମିକା ନିଭାଇଥିଲେ କ୍ୟାପଟେନ୍ କେନ୍ ୱିଲିୟମସନ୍ ଏବଂ ରସ୍ ଟେଲର । ଭାରତ ପ୍ରଥମ ଇନିଂସରେ ୨୧୭ ରନ୍ ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୪୯ ରନ୍ କରିଥିଲା । ଫଳରେ ଭାରତ ଠାରୁ ୩୨ ରନର ଅଗ୍ରଣୀ ନେଇଥିଲା ନ୍ୟୁଜିଲାଣ୍ଡ ଟିମ୍ । ଭାରତକୁ ଦ୍ୱିତୀୟ ଇନିଂସରେ ୧୭୦ ରନରେ ଅଟକାଇ , ୧୪୦ ରନର ଛୋଟିଆ ବିଜୟ ଲକ୍ଷ୍ୟକୁ ସହଜରେ ପିଛା କରି , ନ୍ୟୁଜିଲାଣ୍ଡ କ୍ରିକେଟ ଇତିହାସରେ ପ୍ରଥମ ବିଶ୍ୱ ଟାଇଟଲ ହାସଲ କରିଛି ।

କୋହଲି ବାହିନୀର ବିଶ୍ୱ ଟେଷ୍ଟ ଚାମ୍ପିଅନ ହେବାର ସ୍ୱପ୍ନ ଚୁରମାର ହୋଇଯାଇଛି । କୋଟି କୋଟି କ୍ରିକେଟ ପ୍ରେମୀଙ୍କ ହୃଦୟ ବି ଭାଙ୍ଗି ଦେଇଛନ୍ତି କ୍ୟାପଟେନ୍ କୋହଲି । ଏହି ପରାଜୟ ପରେ ଦଳକୁ ସମର୍ଥନ କରିଥିଲେ ମଧ୍ୟ ଏପରି ଖେଳିଲେ ଚଳିବ ନାହିଁ ବୋଲି କୋହଲି ଇସାରା କରିଛନ୍ତି । ସମସ୍ତଙ୍କ ଖେଳକୁ ତର୍ଜମା କରି ପ୍ରଦର୍ଶନ ଅନୁସାରେ ଆଗକୁ ଦଳ ଚୟନ କରି ଟିମଇଣ୍ଡିଆ ଆଗକୁ ବଢିବ ବୋଲି କ୍ୟାପଟେନ୍ କୋହଲି ଇସାରା କରିଛନ୍ତି । କୋହଲି କାହାର ନାଁ ନେଇନାହାନ୍ତି । କିନ୍ତୁ କିଛି ଖେଳାଳି ରନ୍ କରିବା ପାଇଁ ଆଗ୍ରହ ଦେଖାଉନଥିବା ସେ ଇସାରା କରିଛନ୍ତି । ଦଳର ବରିଷ୍ଠ ଖେଳାଳି ପୂଜାରା ୮୫ଟି ବଲ୍ ଖେଳି ୮ ରନ୍ କରିଥିଲେ । ପ୍ରଥମ ରନ୍ କରିବା ପାଇଁ ସେ ୩୫ଟି ବଲ୍ ଖେଳିଥିଲେ । ଦ୍ୱିତୀୟ ଇନିଂସରେ ସେ ୮୦ ବଲ ଖେଳି ମାତ୍ର ୧୫ ରନ୍ ସ୍କୋର କରିଥିଲେ । ଫଳରେ ନ୍ୟୁଜିଲାଣ୍ଡ ଟିମ୍ ସହଜରେ ୧୩୯ ରନର ପିଛା କରିନେଇଥିଲା । ଏହା ସହିତ କୋହଲି କହିଛନ୍ତି ଆମେ ଅପେକ୍ଷା କରିବୁନି । ଆତ୍ମସମୀକ୍ଷା କରିବା ସହ ଦଳକୁ ଅଧିକ ମଜବୁତ୍ କେମିତି କରାଯିବ ତା ଦିଗରେ କାମ କରିବୁ ।

related posts

1 comment

Deepak Kumar majhi June 25, 2021 - 3:03 am

👍

Reply

Leave a Comment