Home Breaking News / ତାଜା ଖବର ବିଶ୍ୱଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଜିତିଲା ନ୍ୟୁଜିଲାଣ୍ଡ

ବିଶ୍ୱଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଜିତିଲା ନ୍ୟୁଜିଲାଣ୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶ୍ୱଟେଷ୍ଟ ଚାମ୍ପିଅନସିପ୍ ଫାଇନାଲର ପ୍ରଥମ ଚାମ୍ପିଅନ୍ ହୋଇଛି କିୱି ଟିମ୍ । ରୋମାଂଚକର ଫାଇନାଲ ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରି ଚାମ୍ପିଅନ୍ ମୁକୁଟ ଛଡେଇ ନେଇଛି ନ୍ୟୁଜିଲାଣ୍ଡ ଟିମ୍ । ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିଅନ ହେବା ନେଇ କୋହଲି ବାହିନୀର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି ।
ଭାରତ ପ୍ରଥମ ଇନିଂସରେ ୨୧୭ କରିବା ପରେ ନ୍ୟୁଜିଲାଣ୍ଡ ଏହାର ଜବାବରେ ୨୪୯ ରନ୍ କରି ଭାରତ ଠାରୁ ୩୨ ରନର ଅଗ୍ରଣୀ ନେଇଥିଲା । ଭାରତକୁ ଦ୍ୱିତୀୟ ଇନିଂସରେ ଷଷ୍ଠ ଦିନରେ ୧୭୦ ରନରେ ଅଟକାଇଥିଲା ନ୍ୟୁଜିଲାଣ୍ଡ । ଫଳରେ କିୱିଟିମ୍ ଆଗରେ ୧୪୦ ରନର ଛୋଟିଆ ବିଜୟ ଲକ୍ଷ୍ୟ ରହିଥିଲା । ଯାହାକୁ ନ୍ୟୁଜିଲାଣ୍ଡ ଟିମ୍ ମାତ୍ର ୨ ୱିକେଟ ହରାଇ ହାସଲ କରିନେଇଥିଲା । ନ୍ୟୁଜିଲାଣ୍ଡ କ୍ୟାପଟେନ୍ କେନ୍ ୱିଲିୟମସନ୍ ଅପରାଜିତ ୫୨ ଏବଂ ରସ୍ ଟେଲର ଅପରାଜିତ ୪୭ ରନ୍‌ର ଇନିଂସ ଖେଳି ଦଳକୁ ପ୍ରଥମ ବିଶ୍ୱଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମୁକୁଟ ପିନ୍ଧାଇଥିଲେ । କିୱିଦଳର ଦୁଇଟି ଯାକ ୱିକେଟ୍ ଆର ଅଶି୍ୱନ୍ ଦଖଲ କରିଥିଲେ ମଧ୍ୟ ଅନ୍ୟ ସମସ୍ତ ବୋଲର ପ୍ରଭାବହୀନ ରହିଥିଲେ । ଭାରତ ଦ୍ୱିତୀୟ ଇନିଂସରେ ରୋହିତ ଶର୍ମା ୩୦ ଓ ରିସଭ ପନ୍ତଙ୍କ ୪୧ ରନ୍ କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ବଡ ସ୍କୋର କରିପାରିନଥିଲେ । ଫଳରେ କିୱି ଦଳ ଆଗରେ ଛୋଟିଆ ସ୍କୋର ରହିବା ପରେ ରୋମାଂଚକର ଢଙ୍ଗରେ ମ୍ୟାଚ୍ ଜିତି ପ୍ରଥମ ବିଶ୍ୱଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମୁକୁଟ ହାତେଇ ନେଇଛି ନ୍ୟୁଜି

related posts

1 comment

Deepak Kumar majhi June 23, 2021 - 6:33 pm

👍

Reply

Leave a Comment