Home Breaking News / ତାଜା ଖବର ଆଇଏମଏ ବନାମ ରାମଦେବ ମାମଲା, ସୁପ୍ରିମକୋର୍ଟରେ ପହଁଚିଲେ ବାବା

ଆଇଏମଏ ବନାମ ରାମଦେବ ମାମଲା, ସୁପ୍ରିମକୋର୍ଟରେ ପହଁଚିଲେ ବାବା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଏଲୋପାଥିକ୍ ବନାମ୍ ଆୟୁର୍ବେଦିକ ଔଷଧକୁ ନେଇ ଚାଲିଥିବା ଆଇନ ଲଢେଇ ଭିତରେ ଯୋଗଗୁରୁ ବାବା ରାମଦେବ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି । ଏହି ଆବେଦନରେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି । ଗତ କିଛିଦିନ ତଳେ ଛତିଶଗଡ଼ର ରାୟପୁରରେ ଯୋଗ ଗୁରୁ ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା। କରୋନା ଚିକିତ୍ସା ପାଇଁ ଦିଆଯାଉଥିବା ଏଲୋପାଥି ଔଷଧକୁ ନେଇ ଭୁଲ ଖବର ପ୍ରଘଟ କରିବା ଅଭିଯୋଗରେ ରାମଦେବଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଥିଲା। ତେବେ ଇଣ୍ଡିଆନ ମେଡିକାଲ ଆସୋସିଏସନର ଛତିଶଗଡ଼ ୟୁନିଟ ଏଫଆଇଆର କରିଥିଲା। ରାୟପୁର ଏସଏସପି ଅଜୟ ଯାଦବଙ୍କ କହିବାନୁସାରେ, ରାମଦେବଙ୍କ ବିରୋଧରେ ଧାରା ୧୮୮, ୨୬୯ ଓ ୫୦୪ରେ ମାମଲା ରୁଜୁ ହୋଇଛି। ରାମଦେବ ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ କହିଥିଲେ, ମୁଁ ମୋ ମନ୍ତବ୍ୟକୁ ଫେରାଇ ନେବା ସହିତ କ୍ଷମା ମଧ୍ୟ ମାଗିସାରିଛି। ମହାମାରୀରେ ଯେଉଁ କରୋନା ଯୋଦ୍ଧାମାନେ ପ୍ରାଣ ହରାଇଛନ୍ତି ସମସ୍ତଙ୍କୁ ମୁଁ ମୋର ସମ୍ମାନ ଜଣାଉଛି। ଆଇଏମଏର ଖରାପ ମନୋଭାବ ଯୋଗୁ ଏହି ପ୍ରସଙ୍ଗ ଅତିରଂଜିତ ହୋଇଛି। ଏପରିକି ୯୦ ପ୍ରତିଶତ କରୋନା ରୋଗୀ ଘରେ ରହି ପୁଷ୍ଟିକର ଖାଦ୍ୟ ଖାଇବା ଏବଂ ଯୋଗ କରିବା ଦ୍ବାରା ଭଲ ହୋଇପାରୁଛନ୍ତି ବୋଲି ମତ ଦେଉଥିବା ବେଳେ ଆୟୁର୍ବେଦକୁ ଛଦ୍ମବିଜ୍ଞାନ କୁହାଯାଉଛି। ଯୋଗକୁ କାହିଁକି ଅପମାନିତ କରାଯାଉଛି ବୋଲି ସେ କ୍ଷୋଭର ସହ କହିଛନ୍ତି।

related posts

1 comment

Deepak Kumar majhi June 23, 2021 - 6:32 pm

👍

Reply

Leave a Comment