Home Breaking News / ତାଜା ଖବର ଡେଙ୍ଗାଜାନିଗୁଡାର ନାଲକୋ ପ୍ରସ୍ତାବିତ ରେଡ୍ ମଡ୍ ପଣ୍ଡ୍ ନିର୍ମାଣ ଅଞ୍ଚଳରେ ଜିଲ୍ଲା ପ୍ରଶାସନ

ଡେଙ୍ଗାଜାନିଗୁଡାର ନାଲକୋ ପ୍ରସ୍ତାବିତ ରେଡ୍ ମଡ୍ ପଣ୍ଡ୍ ନିର୍ମାଣ ଅଞ୍ଚଳରେ ଜିଲ୍ଲା ପ୍ରଶାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ(ଅଭିନାଶ ସିଂହା): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଅନ୍ତର୍ଗତ ଦାମନଯୋଡି ନାଲକୋ କାରଖାନା ପାର୍ଶ୍ୱବର୍ତ୍ତି ଅଞ୍ଚଳରେ ଅବସ୍ଥିତ ଡେଙ୍ଗାଜାନୀଗୁଡା ଗ୍ରାମଠାରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ପକ୍ଷରୁ ନାଲକୋ ପ୍ରସ୍ତାବିତ ରେଡ୍ ମଡ୍ ପଣ୍ଡ୍ ନିର୍ମାଣ ଅଞ୍ଚଳରେ ଜମି ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟ କରାଯାଇଛି। ଉକ୍ତ ଜମି ଚିହ୍ନଟ ପ୍ରକ୍ରିୟା କୋରାପୁଟ ଉପ ଜିଲ୍ଲାପାଳ ଲଳିତ କଅଁର, ଦଶମନ୍ତପୁର ତହସିଲଦାର ଅଜୟ ପ୍ରକାଶ ତିର୍କି,କୋରାପୁଟ ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଁଙ୍କ ସମେତ ସଦର ଥାନା ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ କରାଯାଇଥିଲା। ଦଶମନ୍ତପୁର ତହସିଲ ଅଧିନସ୍ଥ ରାଜସ୍ୱ ନିରୀକ୍ଷକ ଓ ରାଜସ୍ୱ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା। ସୂଚନାଯୋଗ୍ୟ ଯେ ପ୍ରସ୍ଥାବିତ ସ୍ଥାନରେ ନାଲକୋ ଦ୍ୱାରା ରେଡ୍ ମଡ୍ ପଣ୍ଡ ନିର୍ମାଣ କରାଗଲେ ଡେଙ୍ଗାଜାନୀଗୁଡା ଗ୍ରାମବାସୀ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସେମାନଙ୍କୁ ଅନ୍ୟତ୍ର ବିସ୍ଥାପିତ କରି ସ୍ଥାନାନ୍ତର ଦାବୀ କରିବା ସହିତ ସେମାନଙ୍କୁ ଥଇଥାନ ପୂର୍ବରୁ ବନ୍ଧ ନିର୍ମାଣକୁ ତୀବ୍ର ବିରୋଧ କରି ଆସୁଛନ୍ତି। ଏବଂ ଏଥି ନିମନ୍ତେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବୀ ଜଣାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳ ପରିଦର୍ଶନ କରାଯାଇଥିଲା। ମଙ୍ଗଳବାର କରାଯାଇଥିବା ଜମି ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟରେ ଉପସ୍ଥିତ ଉପ ଜିଲ୍ଲାପାଳଙ୍କୁ ଏହି ସମସ୍ୟାର ସମାଧାନ ନିମନ୍ତେ ପୁନଃର୍ବାର ଅନୁରୋଧ କରିବା ସହିତ ସମାଧାନ ନହେବା ପର୍ଯ୍ୟନ୍ତ ଏଠାରେ କମ୍ପାନୀର କାର୍ଯ୍ୟ ଆରମ୍ଭକୁ ବାରଣ କରିବା ନିମନ୍ତେ ଗ୍ରାମବାସୀ ଅନୁରୋଧ କରିବା ସହ କମ୍ପାନୀ ସମାଧାନ ପୂର୍ବରୁ କାର୍ଯ୍ୟ ଆରମ୍ଭ କରି ଅଶାନ୍ତିକର ପରିସ୍ଥିତି ସୃଷ୍ଟିନକରୁ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ତେବେ ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଏବଂ ନିଯୁକ୍ତି ଦାବୀର ସମାଧାନ ନହେଲେ ମରିବୁ ପଛେ ରେଡ୍ ମଡ୍ ପଣ୍ଡ ନିର୍ମାଣ କରାଇଦେବୁ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ମଙ୍ଗଳବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ଗ୍ରାମବାସୀ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

related posts

Leave a Comment