Home Breaking News / ତାଜା ଖବର ପୁଅ ଓ ଝିଅ ମିଶି ମାଆକୁ ହତ୍ୟା

ପୁଅ ଓ ଝିଅ ମିଶି ମାଆକୁ ହତ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ନିଗମାନନ୍ଦ ଦାଶ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ମାର୍ଚିପୁର ପଞ୍ଚାୟତର ବନ୍ଦର ଗ୍ରାମରେ ଜଘନ୍ୟ କାଣ୍ଡ ରୁମିଳା କଣ୍ଡି ଙ୍କର ବୟସ 50 ସ୍ଵାମୀ ଭଗବାନ କାଣ୍ଡୀ ଓ ଏକମାତ୍ର ପୁଅ ତାଙ୍କର ଚାରିବର୍ଷ ପୂର୍ବେ ମୃତ୍ୟୁ ହେଇଯାଇଥିଲା । ଶିବ କାଣ୍ଡି ବୟସ 25 ତିନି ବରଷ ପୂର୍ବେ ପୁଅ କରି ଆଣିଥିଲେ ଏବଂ ରୁମିଲା କାଣ୍ଡି ଙ୍କ ଝିଅ ମାନିନୀ କଣ୍ଡି ବୟସ 32 ସେ ବରଦିଆ ର କପୁରବେଲାରି ରେ ତାଙ୍କର ଦୁଇଟି ପିଲା ପୁଅ କୁ ଦୁଇ ବର୍ଷ ଝିଅ କୁ ଛଅ ବର୍ଷ ସେ ତାଙ୍କର ସ୍ଵାମୀ ଙ୍କ ସହିତ ଛଅ ମାସ ହେଲାଣି ଝଗଡ଼ା କରି ଆସି ମାଆ ରୁମିଳା କାଣ୍ଡି ଙ୍କ ପାଖରେ ରହୁଥିଲେ । ଆଜି ରୁମିଳା କାଣ୍ଡି ଙ୍କର ମହିଳା ସମିତି ରେ କିସ୍ତି ଦବା କଥା ସେ ଯାଇନଥିବାରୁ ମହିଳା ସମିତିର କିଛି ମହିଳା ତାଙ୍କ ଘରକୁ ଆସିଲେ ଏବଂ ଦେଖିଲେ ଘର କବାଟ ବନ୍ଦ ଅଛି ଘର ସମ୍ମୁଖରେ ନିଜ ଝିଅ ମାନିନୀ କଣ୍ଡି ବସିଛନ୍ତି ପଚାରିଲେ ମାଆ କୁଆଡେ ଗଲା ଝିଅ ମାନିନୀ କାଣ୍ଡି କିଛି କହିଲେ ନାଇଁ ସେ ମହିଳା ମାନଙ୍କ ମନରେ ସନ୍ଦେହ ଉପୂଜିଥିଲା ଏବଂ ସେ ଗ୍ରାମର ଅନ୍ୟ ପୁରୁଷ କେତେ ଜଣଙ୍କୁ କହି ସେ କବାଟ ତାଡ଼ିବାପରେ ଦେଖିଲେ ରୁମିଳା କାଣ୍ଡି ଙ୍କ ହାତରେ ରଶି ବନ୍ଧା ହେଇଚି ଏବଂ ମୁହଁରେ ବେକରେ ଲୁଗା ଗୁଡ଼ା ହେଇଚି ଘର ପଛପଟରେ ଗାତ ମଧ୍ୟ ଖୋଳା ହୋଇଥିଲା । ସଙ୍ଗେ ସଙ୍ଗେ ରୂମିଲା କାଣ୍ଡି ଙ୍କ ଭାଇ ସର୍ବେଶ୍ଵର କାଣ୍ଡି ଅଭିଯୋଗ କରିଥିଲେ ବନ୍ଦର ସାମୁଦ୍ରିକ ଥାନା କୁ call କରିଥିଲେ ଥାନାର si ଅନିରୁଦ୍ଧ ରାଉଳ ଘଟଣା ସ୍ଥଳରେ ପହଞ୍ଚି ଅସମି ଙ୍କୁ ଧରିଛନ୍ତି। ସାମୁଦ୍ରିକ ଥାନାରେ କେହି ମହିଳା ପୋଲିସ ନଥିବାରୁ ବାଲିକୁଦା ଥାନାରୁ ମହିଳା ପୋଲିସ ଙ୍କୁ ଡାକି ବାଲିକୁଦା ଥାନା କୁ ହସ୍ତାନ୍ତର କରିଛନ୍ତି ଘଟଣା ସ୍ଥଳରେ dsp ପହଞ୍ଚି ତଦନ୍ତ କରିଛନ୍ତି ଧରିବା ପରେ ଶିବ କାଣ୍ଡି ଯିଏ କି ତାଙ୍କର ଧରମ ପୁଅ ଓ ନିଜ ଝିଅ ଦୋଷ ସ୍ବୀକାର କରିଛନ୍ତି । ମାମଲା ଆଧାରରେ ଦଫା 47a ଆଟିକିଲ ରେ 302 ଦଫା ଲାଗିଛି ।

related posts

2 comments

Deepak Kumar majhi June 23, 2021 - 11:22 am

Sad

Reply
Deepak Kumar majhi June 23, 2021 - 6:27 pm

👍

Reply

Leave a Comment