Home Breaking News / ତାଜା ଖବର ଆନ୍ଧ୍ର ଓଡ଼ିଶା ସୀମାନ୍ତରୁ ୨ଟି ବଡଧରଣର ଲ୍ୟାଣ୍ଡମାଇନ ଜବତ

ଆନ୍ଧ୍ର ଓଡ଼ିଶା ସୀମାନ୍ତରୁ ୨ଟି ବଡଧରଣର ଲ୍ୟାଣ୍ଡମାଇନ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ପାଢ଼ୀ): ଆନ୍ଧ୍ର ଓଡ଼ିଶା ସୀମାରେ ପୋଲିସ କୁ ଟାର୍ଗେଟ କରି ମାଓବାଦୀ ମାନେ ଲ୍ୟାଣ୍ଡମାଇନ ବିଛାଇ ଥିଲେ ଯାହାକୁ ପୋଲିସ ଜବତ କରିଥିବା ଜଣାପଡିଛି। ଗତ ୧୬ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାରେ ପୋଲିସ ମାଓବାଦୀ ଗୁଳିରେ ୬ ଜଣ କ୍ୟାଡ଼ର ମାଓବାଦୀଙ୍କ ମୃତ୍ୟୁ ଓ ବହୁ ମାଓବାଦୀ ଫେରାର ଥିବାରୁ ପୋଲିସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୁମ୍ବିଂ ଅପରେସନ ଜାରି ରହିଛି। ଏଣୁ ଆନ୍ଧ୍ର-ଓଡିଶା ସୀମାରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଏହି ଲ୍ୟାଣ୍ଡମାଇନ୍ ବିଛା ଯାଇଥିବା ଜଣାପଡିଛି। ବିଏସଏଫ ଏବଂ ଓଡିଶା ପୋଲିସ ମିଳିତ ଭାବେ ସୀମାରେ କୁମ୍ବିଂ କରୁଥିବା ବେଳେ ମାଲକାନଗିରି ଜିଲ୍ଲାର ଜୋଡବୋ ପୋଲିସ ଷ୍ଟେସନ ନିକଟ ଜାଜୁପାଲେମ- କେନ୍ଦୁଗାଁ ଠାରେ ନିର୍ମାଣାଧୀନ ରାସ୍ତାରେ ସ୍ଥାପିତ ଦୁଇଟି ଟିଫିନ୍ ଆଇଇଡି ଜବତ କରିଛନ୍ତି। ସମ୍ପ୍ରତି ମାଓବାଦୀମାନେ ସୀମାରେ ଆନ୍ଧ୍ର-ଓଡିଶାକୁ ସଂଯୋଗ କରୁଥିବା ନିର୍ମାଣାଧୀନ ଏକ ରାସ୍ତାର ବ୍ୟାରେଜକୁ ଉଡାଇ ଦେବାକୁ ଏହି ଦୁଇଟି ଲ୍ୟାଣ୍ଡମାଇନ୍ ବିଚାଇ ଥିବା ଜଣାପଡିଛି। ପ୍ରତ୍ୟେକ ଲ୍ୟାଣ୍ଡମାଇନ ଓଜନ 2.5 କିଲୋଗ୍ରାମ ବୋଲି ପୋଲିସ କହିଛି।

related posts

1 comment

Deepak Kumar majhi June 23, 2021 - 11:23 am

👍

Reply

Leave a Comment