Home Breaking News / ତାଜା ଖବର ଆକ୍ସନ ମୁଡରେ ଇଡି, ତିନି ମହାଠକଙ୍କ ଖାତାରୁ ଭାରତକୁ ଫେରିଲା ୯୩୭୧ କୋଟି

ଆକ୍ସନ ମୁଡରେ ଇଡି, ତିନି ମହାଠକଙ୍କ ଖାତାରୁ ଭାରତକୁ ଫେରିଲା ୯୩୭୧ କୋଟି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭାରତରେ ହଜାର ହଜାର କୋଟି ଟଙ୍କାର ଚୂନ ଲଗେଇ ଭାରତ ଛାଡି ଫେରାର ହୋଇଯାଇଥିବା ମହାଠକଙ୍କ ଉପରେ କେନ୍ଦ୍ର ସରକାରଙ୍କ ଶକ୍ତ ପ୍ରହାର । ଭାରତକୁ ଫେରିଛି ୯ ହଜାର ୩୭୧ କୋଟି ଟଙ୍କା । ଭାରତରୁ ହଜାର ହଜାର କୋଟିର ଋଣ ନେଇ ଦେଶ ଛାଡି ଫେରାର ହୋଇଥିବା ନୀରବ ମୋଦି, ବିଜୟ ମାଲ୍ୟା ଓ ମେହୁଲ ଚୋକସୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତୀୟ ପ୍ରବର୍ତନ ନିର୍ଦ୍ଦେଶାଳୟ । ତିନି ମହାଠକ ଏବେ ପଳାତକ ଘୋଷିତ ହୋଇଛନ୍ତି । ନୀରବ ମୋଦୀ ଏବଂ ବିଜୟ ମାଲ୍ୟଙ୍କୁ ଦେଶକୁ ପ୍ରତ୍ୟର୍ପଣ କରିବାକୁ ଉଦ୍ୟମ ଜାରି ରହିଛି । ମେହୁଲ ଚୋକସୀ ଏବେ ଡୋମିନିକା ଜେଲରେ ବନ୍ଦୀ ଅଛନ୍ତି । ତେବେ ଇଡି ସ୍ପଷ୍ଟ କରିଛି ଏହି ୩ ମହାଠକଙ୍କ ଜବତ ସମ୍ପତିରୁ ମୋଟ୍ ୯ ହଜାର ୩୭୧ କୋଟି ସେମାନେ ଠକେଇ କରିଥିବା ବ୍ୟାଙ୍କକୁ ଦିଆଯିବ । ଇଡି କହିଛି ଯେ ବିଜୟ ମାଲ୍ୟା ଏବଂ ପିଏନବି ବ୍ୟାଙ୍କ ଠକେଇ ମାମଲାରେ ପିଏମଏଲଏ ଅଧୀନରେ ଜବତ ହୋଇଥିବା ଅଂଶଧନ ବିକ୍ରି କରିବା ପରେ ବ୍ୟାଙ୍କଗୁଡିକ ତାଙ୍କର ୪୦ ପ୍ରତିଶତ ଅର୍ଥ ପାଇଛନ୍ତି। ଇଡି କେବଳ ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକସିଙ୍କ ମାମଲାରେ ୧୮,୧୭୦.୦୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ସେଥିମଧ୍ୟରୁ ମୋଟ୍ ୯୩୭୧.୧୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି।

related posts

1 comment

Deepak Kumar majhi June 23, 2021 - 6:32 pm

👍

Reply

Leave a Comment