Home Breaking News / ତାଜା ଖବର ବିନିକା କଂଗ୍ରେସର ଚାଷୀ ହକ ପାଇଁ ରଣ ହୁଙ୍କାର: ଧାନ ରଖି ତହସିଲ କାର୍ଯ୍ୟ ସମ୍ମୁଖରେ ବିକ୍ଷୋଭ

ବିନିକା କଂଗ୍ରେସର ଚାଷୀ ହକ ପାଇଁ ରଣ ହୁଙ୍କାର: ଧାନ ରଖି ତହସିଲ କାର୍ଯ୍ୟ ସମ୍ମୁଖରେ ବିକ୍ଷୋଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: ଆଜି ଚାଷୀଙ୍କ ଦାବି ପୂରଣ ପାଇଁ ଆଜି ଭାରତୀୟ ଜାତୀୟ କଂଗ୍ରେସ କମିଟୀ ବିନିକା ବ୍ଳକ କଂଗ୍ରେସ ପକ୍ଷରୁ ଛାଷୀ ହକ ପଇଁ ରଣ ହୁଙ୍କାର ଦେଇଥିଲେ ା ଏହାସହ ବିନିକା ତହସିଲଦାର କାର୍ଯ୍ୟଳୟ ସମ୍ମୁଖରେ ୨ଟି ଟ୍ରାକ୍ଟର ରେ ଧାନ ରଖି ସକାଲ ୧୦ ଘଣ୍ଟାରୁ ୫ ଘଣ୍ଟା ପର୍ଯ୍ୟନ୍ତ ଚାଷୀଙ୍କ ଟୋକନ ଲେସ୍ପ ଓ ଆଧାର ମିସମେନେଜମେଣ୍ଡ ବାହାନା କରି ଚାଷୀ ଟୋକନ ଦେଇନଥିବା ସହ ଚାଷୀଙ୍କ ଅନେକସମସ୍ୟା ସୃଷ୍ଟି କରି ସରକାର ଧାନ କ୍ରୟ କରି ନ ଥିବା ରୁ ଏହାର ପ୍ରତିବାଦ କରି ଯେ ପର୍ଯ୍ୟନ୍ତ ସମସ୍ତ ଚାଷୀ ଙ୍କ ଧାନ ସରକାର ଚାଷୀଙ୍କ ଧାନ କ୍ରୟ ନ କରିବାପର୍ଯ୍ୟନ୍ତ ଅନିଦିଷ୍ଟ କାଳପର୍ଯୃନ୍ତ ଏହି ବିକ୍ଷୋଭ ଜାରୀ ରହିବ ବୋଲି ବିନିକା ବ୍ଳକ କଂଗ୍ରେସ ସଭାପତି ରବିନ୍ଦ୍ର ହୋତା ପ୍ରକାଶ କରିଛନ୍ତ ା ଏହି ଖବର ପରେ ସୁବର୍ଣ୍ଣପୁର ଏସିଏସଓ ତ୍ରୀନାଥ ଭୋଇ, ବିନିକା ତହସିଲଦାଲ ଅଲେଖ ଘୁଟା, ବିନିକା ଆଇଆଇସି ପବିତ୍ର ସାହୁ, ବିନିକା ସପ୍ବାୟ ଅଫିସର ରାଜକିଶୋର ସ୍ବାଇଁ ପ୍ରମୁଖ ବିକ୍ଷୋଭ ସ୍ଥଳକୁ ଆସି ବୁଝା ସୁଝା କରି ଥିଳେ ମଧ୍ୟ ଦଳ ତାଙ୍କ ଜିଦିରେ ଅଟଲ ରହି ସଂନ୍ଧ୍ୟା ପର୍ଯ୍ୟନ୍ତ ବିଭୋବ କରିବାସହ ଆଗାମି ଦିନରେ ଦିନ ୧୦ ଘଣ୍ଟାରୁ ପୁଣି ବିଯୋଭ କରିବାକୁ କହି ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଟ୍ରାକ୍ଟରରେ ଧାନ ରି ଖି ଆନ୍ଧୋଳନ ଆଜିପାଇଁ ବନ୍ଦ କରିଥିଲେ ା ବିନିକା ବ୍ଳକର ଚାଷୀ ମାନେ ନାନା ଅସୁବିଧା ରେ ସମ୍ମୁଖୀନ ହୋଇଛନ୍ତି ା ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ ସରକାର ଠିକଣା ସମୟରେ କିଣୁ ନାହାନ୍ତି ା ଯେଉଁଥିପାଇଁ କେଉ:ଠି ଧାନ ବ‌ର୍ଷାରେ ଭିଜି ନଷ୍ଟ ହେଲାଣିତ ଆଉ କେଉଁ ଟୋକନ ମିଲି ନଥିବା, କେଉଁଠି ଟୋକନ ଲେସ୍ପ ହୋଇଥିବାରୁ ଧାନ ଉଠି ପରିନାହି ା ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏପରି ମନମୁଖୀ ନୀତି ବିରୋଧରେ ରଣହୁଙ୍କାର ଦେଇଛି ବିନିକା କଂଗ୍ରେସ ା ବିନିକା ଅଞ୍ଚଳର ବାକୀ ଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣା ଯାଉ ,କଟନୀ ଛଟନୀ ବନ୍ଦ କରାଯାଉ ,ଟୋକନ ଅବଧିକୁ ବୃଦ୍ଦି କରାଯାଇ ଆଧାର କାଡ଼ ମିସ ମେଜରେ ହୋଇଥିବାରୁ ଅନେକ ଚାଷୀଙ୍କୁ ତୁରନ୍ତ ଟୋକନ ପ୍ରଦାନ କରାଯାଉ , ଅଖାର ଦାମ ଦିଆଯାଉ , ଭଲି ବିଭିନ୍ନ ଦାବି ପୁରଣ କରିବାକୁ କଂଗ୍ରେସ ବି‌କ୍ଷେଭ କୁ ଓଲ୍ଳାଇଛି ଆଜି ା ଏନେଇ ପୁର୍ବରୁ ଜିଲ୍ଲା ପ୍ରଶାସନ, ତହସିଲଦାର ,ଯୋଗାଣ ବିଭାକୁ ଦଳ ପକ୍ଷରୁ ଲିଖିତ ଅଭିଯୋଗ କରିଥିଳେ ା ସେଥିରେ କିଛି ସୁଫଲ ପାଇନଥିବାରୁ ବାଧ୍ୟହୋଇ ଧାନ ରଖି ବିକ୍ଷୋଭ କରିଥିଲେ ା ଏଥିରେ ସୁବର୍ଣ୍ଣପୁର ଜାତୀୟ କଂଗ୍ରେସ କମିଟୀ ଜିଲ୍ଲା ସଭାପତି ଗୈରିଶଙ୍କର ପଣ୍ଡା, ଜିଲ୍ଳା କୃଷକ ସେଲ ସଭାପତି ନରେନ୍ଦ୍ର ପଣ୍ଡା, ଯୁବ କଂଗ୍ରେସ ଜିଲ୍ଳା ସଭାପତି ପ୍ରୀୟବ୍ରତ ସାହୁ , ପ୍ରଦିପ ସେଠୀ , ସପ୍ନେସ୍ବର ପୃଷ୍ଟି ,ଗୋବିନ୍ଦା ଝାଙ୍କର , ହରିହର ଛନ୍ଦ, ସଂଗ୍ରାମ କେଶରୀ ନାୟକ , ସୁମନ୍ତ ସାହୁ, ଉମାକାନ୍ତ ଦୀପ, ଟିକୁ ହୋତା, ହଜାରୁ ସାହୁ , ରୁଦ୍ରନାରାୟଣ ସାହୁ , ବିପିନ ବିହାରୀ ମେହେର, ବିଜୟ ଭୋଇ , ବିମ୍ବାଧର ମେହେର, ନିଲାମ୍ବର ସାହୁ, ରାଘବ ଦାସ, ସୁଧାଶୁ ଶେଖର ପଣ୍ଡା ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ ସମୟରେଉପସ୍ତିତ ଥିଲେ ା

related posts

1 comment

Deepak Kumar majhi June 23, 2021 - 6:31 pm

👍

Reply

Leave a Comment