Home Breaking News / ତାଜା ଖବର ଭାରତୀୟ ଜନତା ପାର୍ଟି ଦ୍ୱାରା ଗୁଣପୁରଠାରେ ବଳିଦାନ ଦିବସ ପାଳନ

ଭାରତୀୟ ଜନତା ପାର୍ଟି ଦ୍ୱାରା ଗୁଣପୁରଠାରେ ବଳିଦାନ ଦିବସ ପାଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲା ଉପଖଣ୍ଡ ଗୁଣୁପୁର ଭାରତୀୟ ଜନତା ପାର୍ଟି ଗୁଣପୁର ଶାଖା ଦ୍ୱାରା ଡ଼କ୍ଟର ଶ୍ୟାମାପ୍ରସଦ ମୁଖାର୍ଜୀଙ୍କତିରୋଧାନ ଦିବସକୁ ବଳିଦାନ ଦିବସରୂପେ ସ୍ଥାନୀୟ ବେଂକଟେଶ୍ୱର କଲ୍ୟାଣ ମଣ୍ଡପ ଠାରେ ପାଳନ କରାଗଲା । ଏଥିରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଉପସଭାପତି ଶ୍ରୀୱାଇ.ଗଣପତି ଯୋଗଦେଇ ଡ଼କ୍ଟର ଶ୍ୟାମା
ପ୍ରସାଦ ମୁଖାର୍ଜୀଙ୍କ ଜୀବନୀ, ଦେଶପ୍ରତି ତାଙ୍କର ତ୍ୟାଗ ଓ ମହାନତା ଉପରେ ଆଲୋକପାତ କରିଥିଲେ । ସ୍ୱର୍ଗତ ମୁଖାର୍ଜୀ ଚାଉଁଥିଲେ କାଶ୍ମୀର ଭାରତର ଅଭିଛେଦ ଅଙ୍ଗ । ଭାରତ ରେ ଗୋଟିଏ ସମ୍ବିଧାନ, ଗୋଟିଏ ଜାତୀୟ ପତାକା ଏବଂ
ଗୋଟିଏ ପ୍ରଧାନମନ୍ତ୍ରୀ ରହିବା ଦରକାର ।ଏଠାରେ ଦୁଇଟି ସମ୍ବିଧାନ, ଦୁଇଟି ପତାକା କସ୍ମିନ କାଳେ ରହିବନାହଁ, ଏହା ହିଁ ଥିଲା ତାଙ୍କର ଆଶା ଓ ବିଶ୍ୱାସ | ପରିଶେଷରେ
ତାଙ୍କରି ସ୍ବପ୍ନ ସଫଳ ହେଲା |ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ନଗର ସଭାପତି ଶ୍ରୀନୁବାସ ସ୍ୱାଇଁ ଏବଂ ସହଯୋଗ କରିଥିଲେ ଜଗନାଥପୁର ମଣ୍ଡଳ ସଭାପତି ପୃଥୀବିରାଜ ପାଢ଼ୀ,
ନଗର ସାଧାରଣ ସମ୍ପାଦକ ଭଗବାନ ଚୌଧୁରୀ,ସାଧାରଣ ସମ୍ପାଦକ ସତ୍ୟ ସୁନ୍ଦର କର, ଜିଲ୍ଲା ଉପସଭାପତି ଉଦୟନାଥ ପାଢ଼ୀ, ନଗର ଉପସଭାପତି ହିମକାନ୍ତ ମହାପାତ୍ର, ନଗର ଉପସଭାପତି ଜଗଦୀଶ ଚନ୍ଦ୍ର ପାତ୍ର, ନଗର କାର୍ଯ୍ୟାଳୟ
ପ୍ରମୁଖ ଜଗଦୀଶ ପଣ୍ଡା, ରାଜ୍ୟ ଯୁବ କାର୍ଯ୍ୟକାରିଣୀ ସଭ୍ୟ ଫାଲଗୁନି ଶବର, ଜିଲ୍ଲା ଯୁବମୋର୍ଚା ସକ୍ରିୟ ସଭ୍ୟ ଅମର କୁମାର ସାହୁ, ସମ୍ପାଦକ ସତ୍ୟନାରାୟଣ ସାହୁ, ବିଦ୍ୟା ଶବର, ଗୋପାଳ କୃଷ୍ଣ ଦେବାପାତ୍ର, ନଗର ଉପସଭାପତି ରମେଶ ଚନ୍ଦ୍ର ସାହୁ, ନୀଳକଣ୍ଠ ମହାପାତ୍ର, ଲଷ୍ମୀନାରାୟନ ପାଢ଼ୀ, ଦିଲୀପ କୁମାର ବାଉରୀ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା ।

related posts

1 comment

Deepak Kumar majhi June 23, 2021 - 6:31 pm

👍

Reply

Leave a Comment