Home Breaking News / ତାଜା ଖବର କୁଟୁରାପାଲି ପ୍ରସର୍ଣ୍ଣ ହତ୍ୟା ଘଟଣାରେ ଜେଲ ଗଲେ ସାତ ଜଣ

କୁଟୁରାପାଲି ପ୍ରସର୍ଣ୍ଣ ହତ୍ୟା ଘଟଣାରେ ଜେଲ ଗଲେ ସାତ ଜଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଲୋଇସିଂହା(ଦେବାନନ୍ଦ ପୂଟେଲ): ବହୁ ଚର୍ଚିତ ବଲାଙ୍ଗୀର ଜିଲ୍ଲା କୁଟୁରାପାଲି ପ୍ରସର୍ଣ୍ଣ ହତ୍ୟା ଘଟଣା ରେ ଜେଲ ଗଲେ ସାତ ଜଣ ଅଭିଯୁକ୍ତ l anchor, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସକମା ପଂଚାୟତ କୁଟୁରାପାଲି ଗ୍ରାମର ପ୍ରସନ୍ନ ହତ୍ୟା ଘଟଣା ରେ ଜେଲ ଗଲେ ଗିରଫ ସାତ ଅଭିଯୁକ୍ତ l ଗିରଫ ଅଭିଯୁକ୍ତ ମାନେ ହେଲେ କୁଟୁରାପାଲି ଗାଁ ର ରାମକିଶୋର ବାଗ, ମହାଦେବ ବାଗ, ନରସିଂହ ବାଗ, ସନାତନ ବାଗ, ଅଶ୍ୱିନୀ ବାଗ, ମକରଧଜ ବାଗ, ଓ ଅଇଁଠୁ ବାଗ l କୁଟୁରାପାଲି ଗାଁ ରେ ଜମି ବିବାଦକୁ କେନ୍ଦ୍ର କରି ଗତ 20 ତାରିଖ ଘଟିଥିବା ଗୋଷ୍ଟି ସଂଘର୍ଷ ରେ ପ୍ରସନ୍ନ ବାଗ ନାମକ ଜଣେ ବ୍ୟକ୍ତି ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା l ଏହି ଘଟଣାରେ ଲୋଇସିଂହା ପୋଲିସ ସାତ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା l ଲୋଇସିଂହା କୋଟ ରେ ଅଭିଯୁକ୍ତ ମାନଙ୍କ ଜାମିନ ନା ମଞ୍ଜୁର ହେବା ପରେ କାଲି ଅପରାହ୍ନ ରେ ସାତ ଜଣ ଜାକ ଅଭିଯୁକ୍ତ ଙ୍କୁ ବଲାଙ୍ଗୀର ଜିଲ୍ଲା କାରାଗାର କୁ ପଠାଇ ଦିଆଯାଇଛି l ସୂଚନାଯୋଗ୍ୟ ସକମା ପଂଚାୟତ ଅଧୀନ କୁଟୁରାପାଲି ଗ୍ରାମର ଅଇଁଠୁ ବାଗ, ନରସିଂହ ବାଗ, ଭରତ ବାଗ ଓ ଅଶ୍ୱିନୀ ବାଗ ରବିବାର ସକାଳେ ଟାଙ୍ଗର ଜମି( ଖେତ )କୁ ଧାନ ବୁନି ଯାଇଥିଲେ ତେବେ ବିବାଦିଅ ଥିବା ଉକ୍ତ ଜମି ରେ ଧାନ ନ ବୁଣିବାକୁ ପ୍ରସନ୍ନ ବାଗ, ଦଶରଥ ବାଗ, କସରତ ବାଗ ବାରଣ କରିଥିଲେ l ଏହାକୁ ନେଇ ଉଭୟ ପକ୍ଷ ମଧ୍ୟ ରେ କଥା କଟା କୁଟି ହୋଇଥିଲା l ପରେ ଏହା ଉଗ୍ରରୂପ ନେଇ ଥିଲା l ଠେଙ୍ଗା,ବାଡ଼ି ଗୋଟିଏ ପକ୍ଷ ଅନ୍ୟ ପକ୍ଷ କୁ ଆକ୍ରମଣ କରିଥିଲେ l ଏଥିରେ ଘଟଣା ସ୍ଥଳ ରେ ପ୍ରସନ୍ନ ବାଗ (42)ଙ୍କର ମୃତ୍ୟୁ ହୋଇଯାଇଥିଲା l ମୃତକ ଙ୍କ ପରିବାର ଦଶରଥ ବାଗ, କସରତ ବାଗ ଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ଏଥିରେ ଉଭୟ ପକ୍ଷର ଅନ୍ୟ ସାତ ଜଣ ଆହତ ହୋଇଥିଲେ ପୋଲିସ ସେଠାରୁ ଟାଙ୍ଗିଆ, ଠେଙ୍ଗା ଜବତ କରିଛି l ମୃତ ପ୍ରସନ୍ନ ଙ୍କ ପୁତୁରା ଆକାଶ ବାଗ ଲିଖିତ ଅଭିଯୋଗ କ୍ରମେ ଥାନାରେ ମାମଲା (ନଂ,175/21)ରୁଜୁ ହୋଇଥିବାବେଳେ ଅପରପକ୍ଷ ର ରାମପ୍ରସାଦ ଙ୍କ ଅଭିଯୋଗ କ୍ରମେ (ନଂ 176/21)ରେ ଅନ୍ୟ ଏକ ମାମଲା ରୁଜୁ ହୋଇ ସାତ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା l ଗତକାଲି ଅପରାହ୍ନ ରେ ସାତ ଜଣଯାକ ଅଭିଯୁକ୍ତ ଙ୍କୁ ବଲାଙ୍ଗୀର ଜିଲ୍ଲା କାରାଗାର କୁ ପଠାଇ ଦିଆଯାଇଛି l

related posts

Leave a Comment