Home Breaking News / ତାଜା ଖବର ଟୀକା ଦାନ କେନ୍ଦ୍ରକୁ ଉଦଘାଟନ କରିବା ସହିତ ସ୍ଥିତି ପରଖିଲେ ଜିଲ୍ଲାପାଳ

ଟୀକା ଦାନ କେନ୍ଦ୍ରକୁ ଉଦଘାଟନ କରିବା ସହିତ ସ୍ଥିତି ପରଖିଲେ ଜିଲ୍ଲାପାଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜଗାଙ୍ଗପୁର ସହରରେ ଆଜି ସହରରେ ୧୮ ରୁ ୪୪ ବର୍ଷ ବୟସ ବ୍ୟକ୍ତିମାନଙ୍କୁ ଚାରିଟି କେନ୍ଦ୍ରରେ ୨୦୦୦ ଟୀକା କରଣ କରାଯାଇଛି।ଏହି ସମୟରେ ଯୁବପିଢ଼ି ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା।ଟୀକା କରଣ କୁ ଭୟ ନକରି ସ୍ୱତ ପ୍ରବୃତ୍ତ ଭାବେ ସତ ପ୍ରତିଶତ ଟୀକା ନେବା ପାଇଁ କେନ୍ଦ୍ରରେ ଉପସ୍ଥିତ ଥିଲେ।ସାମାଜିକ ଦୂରତା ରକ୍ଷା କରି ମାସ୍କ ପିନ୍ଧି ସରକାରୀ ନିୟମକୁ ମାନି ଟୀକା କରଣ କରାଯାଇଥିଲା।ଏହାକୁ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିବା ସହିତ ଜନସଚେତନତା ସୃଷ୍ଟି କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ସ୍ଲଟ ବୁକିଙ୍ଗ ମାଧ୍ୟମରେ ଟୀକା ନେବା ପାଇଁ ଅନୁରୋଧ କରିଥିଲେ।।ଜିଲ୍ଲାପାଳ ମହୋଦୟ ୪ ଟି କେନ୍ଦ୍ର ପରିଦର୍ଶନ କରି ଟୀକା କରଣର ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ ।ମହାମାରୀ ପ୍ରକୋପରୁ ରକ୍ଷା ପାଇବା ପାଇଁ ସରକାରୀ ନିୟମ ମାନିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରି ରହିବା ପରାମର୍ଶ ଦେଇଥିଲେ।ତୃତୀୟ ଲହରୀର ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ସହରରେ ଆଇ ସି ୟୁ ବେଡ଼ ସହିତ କୋଭିଡ ହସ୍ପିଟାଲ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଟୀକା କୁ ଭୟ ନକରି ସମସ୍ତଙ୍କୁ ଟୀକା ନେବାପାଇଁ ଆହ୍ୱାନ କରିଛନ୍ତି।ଗାଁ ଗହଳିରେ ଜନସଚେତନ ସୃଷ୍ଟି କରି ସମସ୍ତ ଙ୍କୁ ଟୀକା ନେବାପାଇଁ ସରକାରୀ କର୍ମଚାରୀ ଙ୍କୁ ପରାମର୍ଶ ଦେଇଥିଲେ।ଏହା ସହିତ ରାଜଗାଙ୍ଗପୁର ବିଧାୟକ ମଧ୍ୟ ସମସ୍ତ ଟୀକା କେନ୍ଦ୍ରକୁ ପରିଦର୍ଶନ କରିବା ସହ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ। ପ୍ରଥମ ଦିନରେ ଟୀକା ନେଲେ ୨୦୦୦ ଯୁବପିଢ଼ି।

related posts

1 comment

Deepak Kumar majhi June 23, 2021 - 10:05 am

👍

Reply

Leave a Comment