Home Breaking News / ତାଜା ଖବର ଦୁଃଖୀ ଦରିଦ୍ରଙ୍କ ସେବାରେ ସୁପ୍ରତିଭା

ଦୁଃଖୀ ଦରିଦ୍ରଙ୍କ ସେବାରେ ସୁପ୍ରତିଭା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): ସ୍ବେଚ୍ଛାସେବୀ ଅନୁଷ୍ଠାନ ସୁପ୍ରତିଭା ର ପ୍ରଚେଷ୍ଟାରେ ଆଜି କଟକ ବିସ୍ଥାପିତ ଅଞ୍ଚଳ ବାଲିସାହିରେ ପାଖାପାଖି ୧୪୦ରୁ ଉର୍ଦ୍ଧ୍ବ ଗରିବ ଲୋକ ମାନଙ୍କୁ ରାସନ ସାମଗ୍ରୀର ବଣ୍ଟନ କରାଯାଇଥିଲା।ସୁପ୍ରତିଭା ଅନୁଷ୍ଠାନ ଦିଲ୍ଲୀର ଗୁଞ୍ଜ ଅନୁଷ୍ଠାନ ସହିତ ମିଶି ରାହତ କୋଭିଡ ନାଇଣ୍ଟିନର ଏକ ମିଶନ ଜରିଆରେ, ଆଜି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଉପସ୍ଥିତରେ କଟକ ବାଲିସାହି ବସ୍ତି ବାସିନ୍ଦାର ଗରିବ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା।ଏହି ମହାମାରୀ କରୋନା ସମୟରେ ସୁପ୍ରତିଭାର ମହାନ ଅବଦାନ ଯୋଗୁଁ କଟକ ବାଲିସାହିର ଗରିବ ଲୋକ ମାନେ ବହୁତ ଖୁସି ହେଇଥିଲେ।ଏହି ଗରିବ ଲୋକ ମାନେ ପାଖାପାଖି ଏକ ମାସ ର ରାସନ ମିଳିବାରୁ ସୁପ୍ରତିଭା ର ସମ୍ପାଦକ ବିକାଶ ମହାପାତ୍ର ଙ୍କୁ ହୃଦୟରୁ ଧନ୍ୟବାଦ ଦେବା ସହ ଆଶୀର୍ବାଦ ମଧ୍ୟ କରିଥିଲେ।ଏହିଭଳି ଭାବରେ ମଝିରେ ମଝିରେ ଯଦି ଏହି ଗରିବ ବସ୍ତି ବାସିନ୍ଦା ଙ୍କୁ ସହଯୋଗ କରାଯାଏ ତାହାଲେ ଏହି କରୋନା ମହାମାରୀ ସମୟରେ ସେମାନେ ବହୁତ ଉପକୃତ ହେଇପାରନ୍ତେ।
ଆଜିର ଏହି କାଯ୍ୟକ୍ରମ ରେ FPRA ର ସମ୍ପାଦିକା ଲିପ୍ସା ମହାପତ୍ର ଓ ସୁପ୍ରତିଭା ର ସଦସ୍ୟା ଜାଜ୍ଞସେନି ନାୟକ,ଶଶିକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

related posts

1 comment

Deepak Kumar majhi June 23, 2021 - 10:08 am

👍

Reply

Leave a Comment