Home Breaking News / ତାଜା ଖବର ପୃଷ୍ଟି ଓ ପ୍ରାକୃତିକ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ପ୍ରତ୍ୟେକ ଅଙ୍ଗନବାଡିରେ ବଗିଚା ସୃଷ୍ଟି ପାଇଁ ଘୋଷଣା ଅଭିଯାନ , ନରସିଂହପୁରର କର୍ମଶାଳାରେ ବିଧାୟକ ଶ୍ରୀ ଦେବୀ ମିଶ୍ରଙ୍କ ଆହ୍ୱାନ

ପୃଷ୍ଟି ଓ ପ୍ରାକୃତିକ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ପ୍ରତ୍ୟେକ ଅଙ୍ଗନବାଡିରେ ବଗିଚା ସୃଷ୍ଟି ପାଇଁ ଘୋଷଣା ଅଭିଯାନ , ନରସିଂହପୁରର କର୍ମଶାଳାରେ ବିଧାୟକ ଶ୍ରୀ ଦେବୀ ମିଶ୍ରଙ୍କ ଆହ୍ୱାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର: ଆଜି ନରସିଂହପୁର ବ୍ଲକ ପରିସରରେ ” ପୋଷଣ ଅଭିଯାନ” ନରସିଂହପୁର ପକ୍ଷରୁ ପୋଷଣ ଅଭିଯାନର ଲକ୍ଷ୍ୟ ପୂରଣ ପାଇଁ ବିଭିନ୍ନ ପଦକ୍ଷେପ ଓ ଦିଗ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ ଅତିଥି ଭାବେ ଯୋଗଦେଇ ଅଣପୃଷ୍ଟି ଓ କୁ ପୋଷଣର ବିଷଚକ୍ର ରୁ ବାହାରିବା ଦିଗରେ ନିଆ ଯାଉଥିବା ପଦକ୍ଷେପ , ସଫଳତା ଓ ଆହ୍ୱାନ ସମ୍ପର୍କରେ ଆଲୋକପାତ କରି ପ୍ରତ୍ୟକ ଅଙ୍ଗନବାଡି କେନ୍ଦ୍ରରେ ” ମୋ ଉପକାରୀ ବଗିଚା” ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ସି.ଡ଼ି.ପି.ଓ ଶ୍ରୀମତୀ ମମତା ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ବ୍ଲକ ଅଧ୍ୟକ୍ଷ କିଶୋର ମିଶ୍ର ,ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କାଉନ୍ସିଲ ଅଧ୍ୟକ୍ଷ ଶ୍ରୀ ନିର୍ମଳ ଜେନା, ବିଡ଼ିଓ ଶ୍ରୀ ପ୍ରଦୀପ୍ତ ସାହୁ , ଓ.ଏଲ.ଏମ୍. ଅଧିକାରୀ , ପୋଷଣ ଅଧିକାରୀ ପ୍ରମୁଖ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ଵାରା ୧୭୦ ଜଣ ଅଂଶଗ୍ରହଣକାରୀଙ୍କୁ ୨ଟି ପର୍ଯ୍ୟାୟରେ ସ୍ମାର୍ଟଫୋନ, ପାୱାରବ୍ୟାଙ୍କ, ବିଧାୟକଙ୍କ ଦ୍ୱାରା ପ୍ରଦତ୍ତ ଅକ୍ସିଜେନ ପରିମାପକ ଯନ୍ତ୍ର ବଣ୍ଟନ କରାଯାଇଥିଲା । ଅଙ୍ଗନବାଡି କର୍ମୀ ଓ ସୁପରଭାଇଜର ମାନେ ବିଭିନ୍ନ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ ଯଥା : ଅରୁଣୀମା, ଟିକି ମାଉସୀ କାର୍ଯ୍ୟକ୍ରମ, ଅନ୍ନପ୍ରସନ୍ନ ଦିବସ ସମ୍ପର୍କରେ ଉଲ୍ଲେଖ କରିବା ସହିତ ନିଜ କେନ୍ଦ୍ର ଅଞ୍ଚଳରେ ପୋଷଣ ଅଭିଯାନର କାର୍ଯ୍ୟକାରିତା ଓ ସଫଳତା ସମ୍ପର୍କରେ କହିଥିଲେ ।

କୋଭିଡ ମହାମାରୀ ସ୍ଥିତିରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସର୍ଭେଲାନ୍ସରେ ୨ୟ ଲହର ବେଳେ ଗାଁ କଲ୍ୟାଣ ସମିତି କୁ ନେଇ ସମନ୍ବିତ ଅଭିଯାନ ବଳିଷ୍ଠ ଭାବେ ଯୋଗଦେବାକୁ ବିଧାୟକ ଶ୍ରୀ ମିଶ୍ର କହିଥିଲେ

related posts

1 comment

Deepak Kumar majhi June 23, 2021 - 10:21 am

👍

Reply

Leave a Comment