Home Breaking News / ତାଜା ଖବର ପୋଲିସ ଓ ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଗୁଳି ଗୁଳା ସମେତ ବହୁ ମାଓ ସାମଗ୍ରୀ ଜବତ

ପୋଲିସ ଓ ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଗୁଳି ଗୁଳା ସମେତ ବହୁ ମାଓ ସାମଗ୍ରୀ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ସୋମବାର କନ୍ଧମାଳ ଜିଲା ଗୋଛାପଡ଼ା ଜଙ୍ଗଲରେ କମ୍ବି ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାମୁହିଁ ହୋଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା । ତେବେ ଘ ଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ଖସି ପଳାଇଥିଲେ। ତେବେ ଆଜି ସର୍ଚ ଅପରେସନ ବେଳେ ସୁରକ୍ଷାକର୍ମୀମାନେ ବହୁ ମାଓ ସାମଗ୍ରୀ ଜବତ କରିଥିବା ନେଇ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି।
ଜବତ ମାଓ ସାମଗ୍ରୀ ମଧ୍ୟରେବନ୍ଧୁକ, ଗୁଳି ଗୋଳା ସମେତ ମାଓ ପୋଷାକ, ବ୍ୟାଟେରୀ , ମା ଓ ପୁସ୍ତିକା, ମେଡିସିନ, ଡି ଟୋନେଟର,ତାର,ଛତା, ଅସବାବ ପତ୍ର ଆଦି ରହିଥିବା ଏସପି ବିନିତ ଅଗ୍ରୱାଲ କହିଛନ୍ତି ।କନ୍ଧମାଳ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେଜିଲ୍ଲାରେ ପ୍ରତ୍ୟହ କିମ୍ବିଙ୍ଗ ଅପରେସନ ଜାରି ରହିବା ଫଳରେ ମାଓ କାର୍ଯ୍ୟକଳାପ ସଂପୂର୍ଣ୍ଣ ହ୍ରାସ ପାଇଥିବା କୁହାଯାଉଛି ।

related posts

1 comment

Deepak Kumar majhi June 23, 2021 - 10:09 am

👍

Reply

Leave a Comment