Home Breaking News / ତାଜା ଖବର ଗୁପକାର ମେଂଟର ମହାରଣନୀତି: ଦିଲ୍ଲୀରେ ଉଠିବ କାଶ୍ମୀର କଥା

ଗୁପକାର ମେଂଟର ମହାରଣନୀତି: ଦିଲ୍ଲୀରେ ଉଠିବ କାଶ୍ମୀର କଥା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଏହା ଭିତରେ ଦିଲ୍ଲୀରେ ସ୍ୱର ଶାଣିତ କରିବାକୁ ପୁରା ରଣନୀତି ତିଆରି କରିଛନ୍ତି ଗୁପକାର ମେଂଟ । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକିଥିବା ବୈଠକରେ କାଶ୍ମୀର ନେତାଏଁ ଉଠାଇବେ ଅନେକ ପ୍ରସଙ୍ଗ । ତେବେ ଏହି ବୈଠକରେ କି କି ପ୍ରସଙ୍ଗ ନେଇ ଆଲୋଚନା କରାଯିବ ସେନେଇ ନାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲାଙ୍କ ଘରେ ବସିଥିବା ଗୁପକାର ମେଂଟ ବୈଠକରେ ପ୍ରସ୍ତୁତ ହୋଇଛି ଖସଡା । ଜାମ୍ମୁକାଶ୍ମୀର ବିକାଶ ନେଇ କାଶ୍ମୀର ନେତାଏଁ ପ୍ରସଙ୍ଗ ରଖିବେ । ଏହା ଭିତରେ କାଶ୍ମୀରରେ ଧାରା ୩୭୦ ଉଛେଦ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଜଣାପଡିଛି । ଏନେଇ ସ୍ପଷ୍ଟ କରିଛନ୍ତି ଗୁପକାର ମେଂଟର ନେତା ଫାରୁକ ଅବଦୁଲା । ପୂର୍ବରୁ କାଶ୍ମୀରକୁ ନେଇ ଯେଉଁ ସମସ୍ତ ଦାବି ଉଠିଥିଲା ତାକୁ ପୁଣି ଥରେ କେନ୍ଦ୍ର ନିକଟରେ ରଖାଯିବ ବୋଲି ନିଷ୍ପତି ହୋଇଥିବା ଜଣାପଡିଛି । ଦିଲ୍ଲୀରେ ଉଠିବ ପୁରୁଣା ଦାବି । ତେବେ କି ଦାବି ରଖିବେ ଗୁପକାର ନେତା ? ସେ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । କୁହାଯାଉଛି, ଧାରା ୩୭୦ ଓ ୩୫-ଏ ହେବ ମୁଖ୍ୟ ପ୍ରସଙ୍ଗ । ଏଥି ସହ ଯେଉଁ ଲୋକଙ୍କୁ ଜେଲରୁ ରଖାଯାଇଛି ସେମାନଙ୍କୁ ବାହାର କରିବାକୁ ଦାବି ଉଠାଯିବ । ବାହାର ଜିଲ୍ଲାରେ ଥିବା ଲୋକଙ୍କୁ ଜାମ୍ମୁ-କାଶ୍ମୀର ଫେରାଇ ଆଣିବା । ଟୁରିଜିମ୍ ଓ ଟ୍ରାନ୍ସପୋର୍ଟ ଉପରେ ଧ୍ୟାନ ଦେବା ପ୍ରସଙ୍ଗ ଉଠାଇବେ ନେତା । ତେବେ ଧାରା ୩୭୦କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ ଥିବା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତୀ । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକରେ ଜାମ୍ମୁ-କାଶ୍ମୀରର ଆଠ ରାଜନୈତିକ ଦଳର ୧୪ ଜଣ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ବୈଠକରେ ବିଧାନସଭା ନିର୍ବାଚନ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।

related posts

1 comment

Deepak Kumar majhi June 23, 2021 - 9:43 am

👍

Reply

Leave a Comment