Home Breaking News / ତାଜା ଖବର ଦେଶୀ ବନ୍ଧୁକ ସହ ଜଣେ ଗିରଫ

ଦେଶୀ ବନ୍ଧୁକ ସହ ଜଣେ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ଗ୍ରାମପଞ୍ଚାୟତ ବିଅରପଙ୍ଗା ଗ୍ରାମର ସଞ୍ଜୟ ପ୍ରଧାନ ଏକ ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ରାଇକିଆ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୧୫ ତାରିଖରେ ସଞ୍ଜୟଙ୍କ ଘରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ଜବତ କରିଥିଲେ ପୋଲିସ। ପୋଲିସ ଆସିବା ଖବର ପାଇ ସଞ୍ଜୟ ଘରୁ ଛୁ ମାରିଥିଲା।ସମୋବାର ପୋଲିସ କୈାଣସି ସୁତ୍ରରୁ ସୂଚନା ପାଇ ଘରେ ଚଢ଼ାଉ କରି ସଞ୍ଜୟକୁ କାବୁ କରି ଥାନାକୁ ଆଣିଥିଲା। ଏନେଇ ରାଇକିଆ ଥାନାରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ନେଇ ଆଇନ୍ ଧାରା ୨୫ ଅନୁସାରେ ୧୪/୨୧ ରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରାଇକିଆ ଥାନାଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ଠାରୁ ସୁଚନା ଦିଆଯାଇଛି।

related posts

1 comment

Deepak Kumar majhi June 23, 2021 - 10:20 am

👍

Reply

Leave a Comment