Home Breaking News / ତାଜା ଖବର ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): ଜଗତପୁର ନିକଟ ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏକ ଟ୍ରକ୍‌ରୁ ଜଗତପୁର ପୁଲିସ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇ ପରିମାଣ ସାଢେ ୫ କ୍ୱିଣ୍ଟାଲ ଏବଂ ଏହାର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଓ ଗଞ୍ଜେଇ ମାଫିଆ ଟ୍ରକ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ ପୁଲିସକୁ ଚୋରାଚାଲାଣ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ । ତେବେ ଜବତ ଟ୍ରକ ନମ୍ବର ଆଧାରରେ ତଦନ୍ତ ଆରମ୍ଭ କରିବା ସହ ଟ୍ରକ ମାଲିକକୁ ଠାବ କରି ଚୋରାଚାଲାଣ ସମ୍ପର୍କରେ ବିସ୍ତୃତ ତଥ୍ୟ ପାଇବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ।

related posts

Leave a Comment