Home Breaking News / ତାଜା ଖବର ବିଶ୍ୱଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ, ପ୍ରଥମ ଇନିଂସରେ ଭାରତ ଠାରୁ ୩୨ ରନର ଅଗ୍ରଣୀ ନେଲା ନ୍ୟୁଜିଲାଣ୍ଡ

ବିଶ୍ୱଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ, ପ୍ରଥମ ଇନିଂସରେ ଭାରତ ଠାରୁ ୩୨ ରନର ଅଗ୍ରଣୀ ନେଲା ନ୍ୟୁଜିଲାଣ୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶ୍ୱଟେଷ୍ଟ ଚାମ୍ପିଅନସିପ୍ ଫାଇନାଲର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡର ସ୍କୋର ମାତ୍ର ୨୪୯ ରନରେ ସୀମିତ ହୋଇଯାଇଛି । ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ନ୍ୟୁଜିଲାଣ୍ଡ ଏହାର ପ୍ରଥମ ଇନିଂସରେ ୩୨ ରନର ଅଗ୍ରଣୀ ହାସଲ କରିଛି । ପ୍ରଥମ ଇନିଂସରେ ଭାରତ ୨୧୭ ରନ୍ କରିଥିବା ବେଳେ କିୱି ଦଳ ଦ୍ୱିତୀୟ ଇନିଂସରେ ୨୪୯ ରନ୍ କରି ୩୨ ରନର ଅଗ୍ରଣୀ ହାସଲ କରି ନେଇଛି ।

କ୍ୟାପଟେନ୍ କେନ୍ ୱିଲିୟମସନ୍ ସର୍ବାଧିକ ୧୭୭ଟି ବଲ୍ ଖେଳି ୪୯ ରନ୍ କରି ମହମ୍ମଦ ସାମିଙ୍କ ଶିକାର ହେବା ପରେ ବଡ ସ୍କୋର କରିବାରୁ ବଂଚିତ ହୋଇଥିଲା କିୱି ଟିମ୍ । ଭାରତ ପକ୍ଷରୁ ଘାତକ ବୋଲିଂ କରି ମହମ୍ମଦ ସାମି ୪ ଜଣ କିୱି ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ସବୁଠାରୁ ଅଧିକ କ୍ଷତି ଘଟାଇଥିଲେ । ସେହିପରି ଇଶାନ୍ତ ଶର୍ମା, ଆର ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍ ବାଂଟି ନେଇଥିଲେ । ଭାରତ ପ୍ରଥମ ଇନିଂସରେ ୨୧୭ ରନ୍ କରିବାକୁ ସକ୍ଷମ ହୋଇଥଲା । ଆଜି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମୁକାବିଲାର ପଂଚମ ଦିନ । ତେଣୁ ଏହାର ଫଳା ଫଳ ଡ୍ର ହେବା ଆଶା କରାଯାଉଛି ।

related posts

1 comment

Deepak Kumar majhi June 23, 2021 - 9:44 am

👍

Reply

Leave a Comment