Home Breaking News / ତାଜା ଖବର ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଦଶୀପୁର ଗ୍ରାମର ଘନଶ୍ୟାମ ଦେହୁରୀ(୮୯)ଗତକାଲି ରାତି ୧.୩୦ ସମୟ ରେ ପରଲୋକ ହେଇଅଛି ।ମୃତ୍ୟ ଶଯ୍ୟା ନିକଟରେ ଦୁଇ ପୁତ୍ର ତ୍ରିନାଥ ଦେହୁରୀ,ବାବୁଲା ଦେହୁରୀ ପୁତ୍ର ବଧୁ ,ନାତି ନାତୁଣୀ ଉପସ୍ଥିତ ଥିଲେ ।ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ ।ଦଶୀପୁର ଗ୍ରାମର ଉନ୍ନୟନ ମୂଳକ କାର୍ୟ୍ଯ ରେ ତାଙ୍କର ଅବଦାନ ଥିଲା ।ଗ୍ରାମ ସ୍ମଶାନ ରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।ତାଙ୍କ ବିୟୋଗରେ ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ,ଦଶୀପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଦିବ୍ୟସିଂହ ଦେହୁରୀ ଗଭୀର ଶୋକବ୍ୟକ୍ତ କରିଛନ୍ତି ।ତାଙ୍କ ବିୟୋଗରେ ଦଶୀପୁର ପଂଚାୟତ ରେ ଶୋକର ଛାୟା ଖେଳି ଯାଇଅଛି ।

related posts

1 comment

Deepak Kumar majhi June 23, 2021 - 10:16 am

👍

Reply

Leave a Comment