Home Breaking News / ତାଜା ଖବର ବିଶାଖାପାଟଣାରେ ୭ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ବିଶାଖାପାଟଣାରେ ୭ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ପାଢ଼ୀ): ବିଶାଖାପାଟଣାରେ ୭ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ବିଶାଖାପାଟଣାରେ ବହୁ ସରକାରୀ, ବେସରକାରୀ ଓ ଭିନ୍ନ ଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି ଯୋଗ ଦିବସ ପାଳନ ହୋଇଯାଇଛି। ଆଜି ସକାଳ ସମୟରେ ବିଶାଖାପାଟଣା ଇଷ୍ଟକୋଷ୍ଟ ରେଲୱେ ଡିଭିସନ ପକ୍ଷରୁ ଏହି ଯୋଗ ଦିବସ ଡି.ଆର.ଏମ ଅଫିସ କତୃପକ୍ଷ ଚେତନ କୁମାର ଶ୍ରୀବାସ୍ତବଙ୍କ ସହ 30 ଜଣ ବରିଷ୍ଟ କର୍ମଚାରୀଙ୍କୁ ନେଇ ରେଲୱେ ଇନଡୋର୍ ଷ୍ଟାଡିୟମରେ ଆରଂଭ ହୋଇଥିଲା ଓ ଅନ୍ୟ କର୍ମଚାରୀଙ୍କ ମାନେ ରେଲୱେ କ୍ରିକେଟ ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଆୟୋଜିତ ହୋଇଥିଲା। ଚେତନ ଶ୍ରୀବାସ୍ତବ କହିଛନ୍ତି ଯେ ରେଲୱେ କର୍ମଚାରୀଙ୍କ ପ୍ରତ୍ୟେକ ଦିନ ଯୋଗ କରିବା ଆବଶ୍ୟକ, କାରଣ ରେଲୱେର ସୁପରିଚାଳନା ଓ ବିପଦ ମୁକ୍ତ ରେଳ ଚଳାଚଳ ପାଇ କର୍ମଚାରୀଙ୍କ ଶରୀରର ସମସ୍ତ ଅଙ୍ଗ ସବୁ ସମୟରେ ସଜାଗ ରହିବା ଆବଶ୍ୟକ ଓ ସମସ୍ତ ରୋଗରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ କର୍ମଚାରୀ ମାନେ ପ୍ରତ୍ୟେକ ଦିନ ନିଜଘରେ ଏକଘଣ୍ଟା ଲେଖାଏ ଯୋଗାଭ୍ୟାସ କରିବା ପାଇ ସେ ସୁଚିତ କରିଥିଲେ ।

related posts

1 comment

Deepak Kumar majhi June 21, 2021 - 1:06 pm

👍

Reply

Leave a Comment