Home Breaking News / ତାଜା ଖବର ଦୁର୍ଗମ ଅଞ୍ଚଳ ରଣବା ପଞ୍ଚାୟତରେ ଟିକାକରଣ

ଦୁର୍ଗମ ଅଞ୍ଚଳ ରଣବା ପଞ୍ଚାୟତରେ ଟିକାକରଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ: ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରାମାଞ୍ଚଳରେ ଟିକାକରଣକୁ ଗୁରୁତ୍ଵ ଦିଆଯାଇଛି।ସମୋବାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ଦୁର୍ଗମ ଅଞ୍ଚଳ ରଣବା ପଞ୍ଚାୟତରେ ଲୋକଙ୍କୁ ଟିକା କରଣ ପ୍ରଦାନ କରାଯାଇଛି। ପଞ୍ଚାୟତ ପକ୍ଷରୁ କାର୍ଯ୍ୟାଳୟ ଠାରେ ଟିକାକରଣ କେନ୍ଦ୍ରର ଆୟୋଜନ କରାଯାଇଛି। ଏଥିରେ କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତା ରଖି ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଥିବା ବେଳେ ମାସ୍କ ବ୍ୟବହାର ଓ ସାନିଟାଇଜର କୁ ଗୁରୁତ୍ଵ ଦିଆଯାଇଛି। ଟିକା କରଣ କେନ୍ଦ୍ରକୁ ବୃଦ୍ଧବୃଦ୍ଧା ଏବଂ ଭିନ୍ନକ୍ଷମ ଲୋକଙ୍କୁ ଆଣାବା ପାଇଁ ପଞ୍ଚାୟତ ପକ୍ଷରୁ ଅଟୋର ବ୍ୟବସ୍ଥା କରାଯାଇଛି। ରୋଡ଼ ଠାରୁ କେନ୍ଦ୍ରକୁ ଗାଡି ଯିବାରେ ଅସୁବିଧା ଯୋଗୁଁ ଭିନ୍ନକ୍ଷମ ବୃଦ୍ଧଙ୍କୁ ସରପଞ୍ଚ ନିଜେ ହାତରେ ଟେକିନେଇ ଥିଲେ କେନ୍ଦ୍ରକୁ। ସେହିପରି ଅନ୍ୟ ଜଣେ ଭିନ୍ନକ୍ଷମ ବୃଦ୍ଧଙ୍କୁ ଅଙ୍ଗନବାଡ଼ି କର୍ମୀ ବିଜୟ ଲକ୍ଷ୍ମୀ ବେହେରା ମଧ୍ୟ ଟେକିନେଇ କେନ୍ଦ୍ରକୁ ଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ଆଜିର ଏହି ଟିକା କରଣ କାର୍ଯ୍ୟକ୍ରମକୁ ରାଇକିଆ ବିଡ଼ିଓ ପ୍ରବିଣ କୁମାର ବାଣୁଆ ଏବଂ ନୁତନ ଭାବେ ଦାୟିତ୍ଵରେ ଥିବା ରାଇକିଆ ତହସିଲଦାର ହରପ୍ରସାଦ ଭୋଇଙ୍କ ସହ କର୍ମଚାରୀ ପଞ୍ଚାୟତ ଗସ୍ତ କରି ତଦାରଖ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବସନ୍ତ କୁମାର ପଣ୍ଡା, ସ୍ଵାସ୍ଥ୍ୟ କର୍ମୀ ରଞ୍ଜନ କୁମାର ପ୍ରଧାନ ଏବଂ ଅଙ୍ଗନବାଡ଼ି ,ଆଶାଦିଦି ,ମେମ୍ବର ଉପସ୍ଥିତ ଥିଲେ। ଏହି କେନ୍ଦ୍ରରେ ୪୫ ବର୍ଷ ରୁ ଉର୍ଦ୍ଧ୍ବ ବ୍ୟକ୍ତି ୧୩୦ ଜଣଙ୍କୁ ଟିକା କରଣ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।ସରପଞ୍ଚ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଏହି ପରି ମହାନତା କାର୍ଯ୍ୟ ପାଇଁ ପ୍ରଶାସନ ଏବଂ ଗ୍ରାମବାସୀମାନଙ୍କ ପକ୍ଷରୁ ସାଧୁବାଦ୍ ଜଣାଯାଇଛି।

related posts

1 comment

Deepak Kumar majhi June 23, 2021 - 9:52 am

👍

Reply

Leave a Comment