Home Breaking News / ତାଜା ଖବର ବେଲଗୁଣ୍ଠାରେ ୧୮ରୁ ୪୪ ବର୍ଷ ଟୀକାକରଣ ଆରମ୍ଭ, ପ୍ରଥମ ଦିନରେ ଟୀକା ନେଲେ ୮୯୮ ଜଣ

ବେଲଗୁଣ୍ଠାରେ ୧୮ରୁ ୪୪ ବର୍ଷ ଟୀକାକରଣ ଆରମ୍ଭ, ପ୍ରଥମ ଦିନରେ ଟୀକା ନେଲେ ୮୯୮ ଜଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା(ସୁରେଶ କୁମାର ସୁବୁଦ୍ଧି): କୋଭିଡ୍ ମହାଯୁଦ୍ଧର ମୁକାବିଲା ପାଇଁ ବ୍ୟାପକ ଟୀକାକରଣ ଏକ ଅମୋଘ ଅସ୍ତ୍ର ପାଲଟିଛି ।କେନ୍ଦ୍ର ଓ ରାଜ୍ୟ ସରକାର ଟୀକାକରଣକୁ ବ୍ୟାପକ କରିବା ପାଇଁ ବିଭିନ୍ନ ଦିଗରେ କାର୍ଯ୍ୟ କରୁଅଛନ୍ତି ।ପ୍ରଥମେ ବରିଷ୍ଠ ନାଗରିକ, ଦ୍ୱିତୀୟରେ ୪୫ ବର୍ଷରୁ ଅଧିକ ବ୍ୟକ୍ତି ଓ ବର୍ତ୍ତମାନ ତଥା ତୃତୀୟ ପର୍ଯ୍ୟାୟରେ ୧୮-୪୪ ବର୍ଷୀୟ ବ୍ୟକ୍ତିବିଶେଷ ଅର୍ଥାତ ଯୁବ ବର୍ଗ ମାନଙ୍କୁ ଟୀକାକରଣ କରାଯାଉଛି ।ବେଲଗୁଣ୍ଠା ଠାରେ ଆଜିଠାରୁ ୧୮-୪୪ ବର୍ଗ ପାଇଁ ଟୀକାକରଣ ଅଭଯାନ ଆରମ୍ଭ ହୋଇଅଛି ।ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି କୋଭିଡ୍ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି ।ପ୍ରଥମ ଦିନରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୮୭ ଜଣ ଓ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୪୧୧ ଜଣ ୧୮ରୁ ୪୪ ବର୍ଗୀୟ ବ୍ୟକ୍ତି ଟୀକାକରଣ କରାଇଥିବା ଜଣାପଡିଛି ।ଆଜି ମୋଟ ୯୧୯ ଜଣଙ୍କ ଟୀକାକରଣ ହୋଇଥିବା ବେଳେ ୮୯୮ ଜଣ ୧୮-୪୪ ବର୍ଗର ବ୍ୟକ୍ତିଙ୍କ ହୋଇଥିବା ଜଣାପଡିଛି ।

related posts

1 comment

Deepak Kumar majhi June 23, 2021 - 9:51 am

👍

Reply

Leave a Comment