Home Breaking News / ତାଜା ଖବର ରଣବା ସରପଞ୍ଚଙ୍କ ସଚେତନତା: ଗ୍ରାମାଞ୍ଚଳରେ ଟିକାକରଣକୁ ଗୁରୁତ୍ଵ

ରଣବା ସରପଞ୍ଚଙ୍କ ସଚେତନତା: ଗ୍ରାମାଞ୍ଚଳରେ ଟିକାକରଣକୁ ଗୁରୁତ୍ଵ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ମୁକାବିଲା ଏବଂ ଟିକା କରଣ ଅଗ୍ରଗତି ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ମଙ୍ଗଳବାର ଠାରୁ ରାଜ୍ୟରେ ଏହି ଟିକା କରଣ ଜୋର୍ ଦାର୍ କରିବାପାଇଁ କୁହାଯାଇଛି। ଏଭଳି ପରିସ୍ଥିତି ରେ ରବିବାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ଦୁର୍ଗମ ଓ ଅପହଞ୍ଚ ଇଲାକା କୁହାଯାଉଥିବା ରଣବା ପଞ୍ଚାୟତର ସ୍ଥାନୀୟ ସରପଞ୍ଚ ଭିକାରୀ ମଲ୍ଲିକ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ସହ ଟିମ୍ ପହଞ୍ଚି ଥିଲେ ଲୋକଙ୍କ ଦୁଆରେ। ପଞ୍ଚାୟତର ୱାର୍ଡ ସ୍ତରକୁ ଯାଇ ଲୋକଙ୍କ ପାଖରେ ପହଞ୍ଚି କରୋନା ସଂକ୍ରମଣ ନେଇ ଭୟଭୀତ ନହେବା, ମିଥ୍ୟା ଗୁଜବକୁ ବିଶ୍ବାସ ନକରି ସମସ୍ତେ ଟିକା ନେବାକୁ ଶ୍ରୀ ଭିକାରୀ ଗ୍ରାମବାସୀଙ୍କୁ ବୁଝାଇ ଥିଲେ। ଏହି ଟିକା କରଣ କାର୍ଯ୍ୟକ୍ରମ କରିବା ପାଇଁ ଏକ କେନ୍ଦ୍ର ପ୍ରସ୍ତୁତ କରାଯାଇଛି।
ଏହି ଗସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟକର୍ମୀ ରଞ୍ଜନ କୁମାର ପ୍ରଧାନ, ଆଶା ଅଙ୍ଗନବାଡ଼ି କର୍ମୀ, ପ୍ରତ୍ୟେକ ୱାର୍ଡ ମେମ୍ବର ସଭ୍ୟସଭ୍ୟା ମାନେ ପଞ୍ଚାୟତର ବିଭିନ୍ନ ୱାର୍ଡର ଲୋକଙ୍କ ଘରକୁ ଘର ବୁଲି ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କା ବ୍ୟକ୍ତି ମାନଙ୍କୁ ଟିକାକରଣ ନେବା ପାଇଁ ସଚେତନତା କରାଯାଇଥିଲା। ଏବଂ ସହଯୋଗ କାମନା କରାଯାଇଛି।

related posts

1 comment

Deepak Kumar majhi June 21, 2021 - 5:56 am

👍

Reply

Leave a Comment