Home Breaking News / ତାଜା ଖବର ରାୟଗଡା ଭାଜପା ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ରାୟଗଡା ଭାଜପା ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ଆନ୍ତର୍ଜାତିକ ଯୋଗ ଦିବସ ଭାବେ ସାରା ବିଶ୍ୱରେ ତଥା ଦେଶ ବିଦେଶରେ ଆଜି ଦିନକୁ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଯୋଗ ଆସନ ପ୍ରଣାୟମ ମଣିଷ ଜୀବନର ଏକ ଅବିଛେଦ ଅଙ୍ଗ ଅଟେ। ଯୋଗ ମାଧ୍ୟମରେ ଶରୀରକୁ ନିରୋଗୀ ଓ ସୁସ୍ଥ ରଖିହେବ ଓ ଅକର୍ମଣ୍ୟ ଲୋକକୁ ମଧ୍ୟ ଚଳ ଚଞ୍ଚଳ କରିହେବ। ଅସାଧ୍ୟ ରୋଗର ନିରାକରଣ ଓ ସୁସ୍ଥ ଜୀବନ ଯାପନ କରିବାକୁ ଏହାର ପ୍ରଚଳନ ସନାତନ ଧର୍ମର ମୁନି ଋଷି ଗଣ ଏହାର ଅଭ୍ୟାସ କରି ସିଦ୍ଧ ହୋଇ ଲୋକ ମଙ୍ଗଳାର୍ଥେ ପ୍ରଚଳିତ କରିଥିଲେ। ଉଗ୍ର ଆଧୁନିକତା ରେ ମଧ୍ୟ ନିଜର ଅସ୍ତିତ୍ବ ବଜାଇ ରଖିବାରେ ସମର୍ଥ ହେଇପାରିଛି। ଏହି ଦିବସ ପାଳନ କରିବାପାଇଁ ଆଜି ସକାଳୁ ରାୟଗଡ ଜିଲା ଭାଜପା କାର୍ଯ୍ୟାଳୟ ଠାରେ ଜିଲା ସଭାପତି ଶିବ ପଟନାୟକ, ପଶ୍ଚିମ ପ୍ରାନ୍ତ ସେବାଭରତୀ ପ୍ରମୁଖ ଦୀପକ ଭାଇ, ଆଲୋକ ଭାଇ, ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ସମ୍ପାଦକ କାଳୀରମ ମାଝୀ, ବସନ୍ତ ଉଲକା,ସମ୍ପାଦକ କିଶୋର ପଣ୍ଡା, ନଗର ସଭାପତି ଶ୍ୟାମ ଦାସ, ଲଷ୍ମୀ ବୁରୁଡ଼ି, ମଞ୍ଜୁଳା ମିନିୟକା, ଅର୍ଚନା ବର୍ମା ପ୍ରମୁଖ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିଥିଲେ। ଜିଲ୍ଲା 25 ଗୋଟି ମଣ୍ଡଳରେ, ବେଶେଷ କରି ଗୁଣୁପୁର ମଣ୍ଡଳରେ ପାଳନ କରାଯାଇଛି।

related posts

1 comment

Deepak Kumar majhi June 21, 2021 - 4:44 pm

😊

Reply

Leave a Comment