Home Breaking News / ତାଜା ଖବର ଅସାବଧାନତା ଯୋଗୁଁ ଜଳ ପ୍ରପାତରେ ପଡି ଯୁବକ ମୃତ

ଅସାବଧାନତା ଯୋଗୁଁ ଜଳ ପ୍ରପାତରେ ପଡି ଯୁବକ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି): ଭାଗ୍ୟର ବିଡମ୍ବନା, ମୃତ୍ୟୁ କେତେ ବେଳେ କେଉଁ ପରିସ୍ଥିତିରେ ଆସେ ଜାଣିବା ପୂର୍ବରୁ ମୃତ୍ୟୁ ହୋଇ ସାରିଥାଏ , ଏଭଳି ଏକ ଦୁଃଖଦ ଘଟଣା ଘଟିଛି ,କଦ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଉର୍ମାଗଡ ଜଳ ପ୍ରପାତ ରେ, ସୂଚନା ପ୍ରକାରେ ଫିରିଙ୍ଗିଆ ଅଞ୍ଚଳ ର କିଛି ଯୁବକ ଉର୍ମାଗଡ ଜଳ ପ୍ରପାତ ବୁଲିବାକୁ ଯାଇଥିବା ବେଳେ ଜଣେ ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଅକାଳ ମୃତ୍ୟୁ ଘଟିଛି।
ଅପରାହ୍ନ ସମୟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ତିନି ଜଣ ଯୁବକ ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତ ଉର୍ମାଗଡ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। କିଛି ଫଟୋ ଉଠାଉଠି କରି ଫେରିଯିବା ପାଇଁ ନିଷ୍ପତ୍ତି ନେଇ ଆସିଥିବା ଏହି ଯୁବକ ମାନଙ୍କ ମଧ୍ୟରୁ ଫିରିଙ୍ଗିଆ ର ବ୍ୟବସାୟୀ ବିଜୟପଣ୍ଡା ଙ୍କ ପୁଅ ସୁର୍ଯ୍ୟ କାନ୍ତ ପଣ୍ଡା,ବୟସ( ୨୫) ଅସାବଧାନତା କାରଣରୁ ପାଣିରେ ଖସି ଯାଇ ଥିଲେ ତେବେ ସାଙ୍ଗରେ ଥିବା ଯୁବକ ମାନେ ଖୋଜାଖୋଜି କରିବା ସହ ନିକଟସ୍ଥ ଅଞ୍ଚଳର ଲୋକଙ୍କୁ ଖବର ଦେଇଥିଲେ। ତେବେ ଗ୍ରାମ ଲୋକଙ୍କ ସହାୟତାରେ ସେହି ଯୁବକ ଙ୍କୁ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ କୈାଣସି ଖଜ୍ ଖବର ପାଇ ନଥିଲେ, ତେବେ ଖବର ପାଇ ଫୁଲବାଣୀ ଅଗ୍ନିଶମ କର୍ମଚାରୀ ଏଲଏଫଏମ,ଚିତ୍ତରଞ୍ଜନ ସାହୁ,ଅରୁଣ କୁମାର ପ୍ରଧାନ,ହାପି ବାରିକ,ପ୍ରଦ୍ୟୁମ୍ନ ଜେନା,ଚିତ ଗୌଡ଼ ଓ ରଞ୍ଜନ କୁମାର ଦାସ ଙ୍କ ସମେତ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସଦସ୍ୟ ଭି.ଲୋକନାଥ ରାଜୁ, ମାନସ ପୃଷ୍ଟି ଏବଂ ବିକାଶ ନାୟକ ଓ ଫିରିଙ୍ଗିଆ ର ବିପଦର ବନ୍ଧୁ ଟିମ ର ସଦଶ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ପ୍ରାୟ ୧୨ ଫୁଟ ଗଭିର ଜଳପ୍ରପାତ ତଳୁ ଯୁବକର ମୃତଦେହ ଉଦ୍ଧାର କରାଯାଇଛି।ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି, ଏ ସଂକ୍ରାନ୍ତରେ ଗୋଛାପଡା ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।ଏଭଳି ଦୁଃଖଦ ଖବର ପାଇ ଫିରିଙ୍ଗିଆ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି

related posts

1 comment

Deepak Kumar majhi June 23, 2021 - 9:50 am

👍

Reply

Leave a Comment