Home Breaking News / ତାଜା ଖବର ପଶୁ ପକ୍ଷୀଙ୍କ ଔଷଧ ଦୋକାନରେ ଡ୍ରଗ ଇନିସ୍ପେକଟରଙ୍କ ଅଚାନକ ଚଢ଼ାଉ

ପଶୁ ପକ୍ଷୀଙ୍କ ଔଷଧ ଦୋକାନରେ ଡ୍ରଗ ଇନିସ୍ପେକଟରଙ୍କ ଅଚାନକ ଚଢ଼ାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ(ପ୍ରସନ୍ନ ଜେନା): ଅସ୍ତରଙ୍ଗ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଥିବା ୨ଟି ବେଆଇନ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଛି |ଅସ୍ତରଙ୍ଗ ପୋଲିସ ଟିମ୍ ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି |ଚଢ଼ାଉ ରେ ଡ୍ରଗ ଇନିସ୍ପେକଟରଙ୍କ ସମେତ ଏକ ୩ଜଣିଆ ଟିମ ଏହି ପକ୍ରିୟାକୁ ତ୍ୱରାନ୍ୱିତ କରିବା ସହ କେତେକ ସନ୍ଦେହ ଜନକ ଔଷଧ ମଧ୍ୟ ସାଙ୍ଗରେ ନେଇଛନ୍ତି |ବେଆଇନ ଭାବେ ଏହି ଦୋକାନ ସବୁ ହୋଇଥିବା ଯୋଗୁ ଏହି ଚଢ଼ାଉ କରାଯାଇଛି |ଡ୍ରଗ ଇନିସ୍ପେକଟର ସତ୍ୟବ୍ରତ ଗିରିଙ୍କ ସହ ବାବୁଲି କିଶୋର ପରିଡା, ଭାଗିରଥି ଦାସ ଏହି ଚଢ଼ାଉ ଜାରି ରଖିଥିଲେ |ସମସ୍ତ ଔଷଧ ଗୁଡିକୁ ଟିକି ନିଖି ତନଖା କରି ସନ୍ଦେହ ଜନକ ଔଷଧ ଗୁଡିକ ସାଙ୍ଗରେ ନେଇଥିଲେ | ଏହାସବୁ ଅସଲି ନା ନକଲି ଲ୍ୟାବ ରେ ଟେଷ୍ଟ କରାଗଲେ ଜଣାପଡିବ ବୋଲି ସୂଚନା ମିଳୁଛି |ଅସ୍ତରଙ୍ଗ ପ୍ରାଣୀ ଚିକିତ୍ସାଳୟ ଠାରେ ଏହି ୨ଟି ପଶୁ ମେଡ଼ିସିନ ଦୋକାନ ଥିବାରୁ ଅଂଚଳ ବାସୀ ଏହା ଉପରେ ନିର୍ଭର କରିଥାନ୍ତି |ବର୍ତମାନ ଏହିସବୁ ଦୋକାନ ଗୁଡିକ ସିଜ୍ ହେବାପରେ ଜରୁରୀ କାଳୀନ ପରିସ୍ଥିତି ରେ ସ୍ଥାନୀୟ ଅଂଚଳ ବାସୀ କେଉଁଠୁ ଓ କିଭଳି ପଶୁ, ପକ୍ଷୀ ମାନଙ୍କ ପାଇଁ ଔଷଧ ନେବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି |ଖାଲି ଏତିକି ନୁହେଁ ସରକାରଙ୍କ ତରଫରୁ ଆସୁଥିବା କେତେକ ସାମ୍ପଲ ଔଷଧ, ଟ୍ରନିକ ମେଡ଼ିସିନ ସବୁ କୁଆଡେ ଯାଉଛି ଓ କେଉଁ ମାନଙ୍କୁ ବିକ୍ରି କରାଯାଇଛି ଯାହା ଏବେ ତଦନ୍ତ ସାକ୍ଷେପ |

related posts

1 comment

Deepak Kumar majhi June 23, 2021 - 9:50 am

👍

Reply

Leave a Comment