Home Breaking News / ତାଜା ଖବର ଶେଷରେ ନିଜ ଭୁଲ ସ୍ୱୀକାର କରିଲା ପୋଲିସ ସନ୍ଥ ସମାଜ ପାଖରେ

ଶେଷରେ ନିଜ ଭୁଲ ସ୍ୱୀକାର କରିଲା ପୋଲିସ ସନ୍ଥ ସମାଜ ପାଖରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ଶେଷରେ ସନ୍ଥ ସମାଜ କୁ ଅସଦାଚରଣ ମାମଲାରେ ନିଜ ଭୁଲ କୁ ସ୍ୱୀକାର କରି ଲିଖିତ କ୍ଷମାପତ୍ର ସହ ଆଉ ମଦ୍ୟ ପାନ ନ କରିବାକୁ ପ୍ରତିଶୃତି ପ୍ରଦାନ ପରେ ସାରା ଓଡ଼ିଶାରେ ଆନ୍ଦୋଳନ ରତ ଥିବା ସନ୍ଥ ସମାଜ ଆମରଣ ଅନସନରୁ ଓହରି ଛନ୍ତି। ତେଣୁ ଗତ ୩ ଦିନ ଧରି ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ଶୈବପୀଠ ଦେବଗିରୀ ଧାମ ପାଦ ଦେଶରେ ଥିବା କ୍ରାନ୍ତିକାରୀ ଆଶ୍ରମର ପ୍ରତିଷ୍ଠାତା ସତ୍ୟ ସ୍ୱରୂପନନ୍ଦ ଙ୍କ ଦ୍ୱାରା ଚାଲୁ ରହିଥିବା ଅନଶନ ଆଜି ଅପରାହ୍ନ ୨ଟା ସମୟରେ ପ୍ୟାତ୍ୟାହୃତ ହେଇଛି। ରାଜ୍ୟର ସନ୍ଥ ସମାଜ ଓ ଅତ୍ୟାଚାରିତ ହୋଇଥିବା ଭାଗବତ ଆଶ୍ରମରୁ ଭରଚୁଆଲ ମିଟ ମାଧ୍ୟମରେ ସୂଚନା ପ୍ରଦାନ ପରେ ରାୟଗଡ ମରବାଡି ସଙ୍ଘ ସଭାପତି ପ୍ରେମ ଚାନ୍ଦ ଅଗ୍ରୱାଲ ଅନଶନ ରତ ସ୍ୱାମୀଜୀଙ୍କୁ ଲେମ୍ବୁ ପାଣି ପିଆଇ ଅନଶନ ଭଙ୍ଗ କରୁବାକୁ ଅନୁରୋଧ କରିଥିଲେ। ସୂଚିତ ବିଷୟ ଏହିକିଯେ ଗତ୧୬/୦୬ ତାରିଖ ଦିନ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ସରଧାପୁର ଭାଗବତ ଆଶ୍ରମର ମହନ୍ତ ସନ୍ୟାସୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ସ୍ଥାନୀୟ ପୋଲିସ ଏ ଏସ ଆଇପବିତ୍ର ମୋହନ ପଟନାୟକ ଅସଦାଚରଣ କରିବା ସହ ଧାର୍ମିକ ଭାବନାକୁ ଅପମାନିତ କରିଥିଲେ। ଏହି କଥାକୁ ନେଇ ସନ୍ଥ ସମାଜ ନ୍ୟାୟ ଦାବିରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧିକ୍ୟକଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ ଓ ଅନଶନ ବସିଥିଲେ। ଏହି ଆନ୍ଦୋଳନ ପାଇଁ ରାୟଗଡ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ସଭାପତି ରାଜେନ୍ଦ୍ର ସାହୁ, ସିଧଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମ, କଲ୍ୟାଣସିଙ୍ଘପୁର ଜଗନାଥ ମନ୍ଦିର ଉପ ସଭାପତି ବ୍ରଜ ବଲଭ ନାୟକ,ସମାଜ ସେବୀ ମନୋଜ କୁମାର ପଣ୍ଡା, ଧର୍ମରକ୍ଷକ ବାସୁଦେବ ମାର୍ଥ,ଶତାଧିକ ଅନୁଗାମୀ ଯୋଗ ଦେଇଥିଲେ।

related posts

1 comment

Deepak Kumar majhi June 21, 2021 - 5:52 am

👍

Reply

Leave a Comment