Home Breaking News / ତାଜା ଖବର ଶନି-ରବି ସଟ୍ ଡାଉନ୍ ବଳବତ୍ତର ରାଇକିଆରେ ତିନି ଦିନ ଶୁନ୍ୟ: କନ୍ଧମାଳ ୪୧ ଆକ୍ରାନ୍ତ

ଶନି-ରବି ସଟ୍ ଡାଉନ୍ ବଳବତ୍ତର ରାଇକିଆରେ ତିନି ଦିନ ଶୁନ୍ୟ: କନ୍ଧମାଳ ୪୧ ଆକ୍ରାନ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ-କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ରାଜ୍ୟ ସରକାର ପକ୍ଷରୁ ଲକ୍ ଡାଉନ୍ ବୃଦ୍ଧି କରାଯାଇଥିବା ବେଳେ ସାପ୍ତାହନ୍ତ ସଟ୍ ଡାଉନ୍ ବଳବତ୍ତର ରହିଛି।ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ଆଂଶିକ କଟକଣା କୋହଳ କରାଯାଇଛି। କିନ୍ତୁ ସପ୍ତାହନ୍ତ ଶନି-ରବି ସଟ୍ ଡାଉନ୍ ବଳବତ୍ତର ରହିଛି।ସକାଳ ୬ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବଜାର ଖୋଲା ରହୁଥିବା ବେଳେ ଅନ୍ୟାନ୍ୟ ଦୋକାନ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଇକିଆ ବ୍ଲକ୍ ରେ ଗତ ତିନି ଦିନ ଧରି କୈାଣସି ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଚିହ୍ନଟ ହୋଇନଥିବା ଜଣାପଡିଛି। ରବିବାର କନ୍ଧମାଳ ଜିଲ୍ଲାରେ ୪୧ ଜଣଙ୍କୁ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଇକିଆ ବ୍ଲକ୍ ରୁ କୈାଣସି ସଂକ୍ରମଣ ଚିହ୍ନଟ ହୋଇନାହିଁ। ଜିଲ୍ଲାରେ ଆଜି ରବିବାର ୪୧ ଜଣଙ୍କୁ ମିଶାଇ ସମୁଦାୟ ସଂକ୍ରମଣ ୧୦୪୧୬ ଜଣ,୯୮୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।ରାଇକିଆ ବ୍ଲକ୍ ରେ କୈାଣସି ନୁଆ ସଂକ୍ରମଣ ଚିହ୍ନଟ ନଥିବା ଯୋଗୁଁ ପ୍ରଶାସନ ଏବଂ ଅଞ୍ଚଳ ଲୋକେ ଆଶ୍ବସ୍ତ ହୋଇଛନ୍ତି। କିନ୍ତୁ କରୋନା କଟକଣାକୁ ମାନି ଚଳିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

related posts

1 comment

Deepak Kumar majhi June 21, 2021 - 5:50 am

👍

Reply

Leave a Comment