Home Breaking News / ତାଜା ଖବର ପାରଳା ବିଧାୟକଙ୍କ ପ୍ରେସମିଟରର କଡ଼ା ଜବାବ ଦେଲା ସ୍ଥାନୀୟ ବିଜେଡ଼ି

ପାରଳା ବିଧାୟକଙ୍କ ପ୍ରେସମିଟରର କଡ଼ା ଜବାବ ଦେଲା ସ୍ଥାନୀୟ ବିଜେଡ଼ି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାଶୀନଗର(ପ୍ରଶାନ୍ତ ସାହୁ): କାଶୀନଗର ରେ ଇନ୍ଦୋର ଷ୍ଟାଡିୟମ୍ ପ୍ରତିଷ୍ଠା ନେଇ ରାଜନୀତି ଜୋର ଧରିଛି। ଗତ ଦୁଇ ଦିନ ତଳେ ମୁଖ୍ୟ ମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରୁ ବର୍ଚୂଆଲ ଆଲୋଚନା ମାଧ୍ୟମ ରେ 5T ସଚିବ ଙ୍କ ଜରିଆରେ ସ୍ଥାନୀୟ ବୁଦ୍ଧିଜୀବୀ ଶିକ୍ଷାବିତ୍ ଯୁବକ ଓ ରାଜନୈତିକ ବ୍ୟକ୍ତିବିଶେଷ ଙ୍କୁ ନେଇ ବିଜେଡ଼ି 5T ସଚିବଙ୍କ ସହ ଆଲୋଚନା କଲା ବୋଲି ବିଜେଡ଼ି ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ବିଜେପି ରାଜନୀତି ର ଗନ୍ଧ ବାରିଥିବା ଅଭିଯୋଗ କରିଛି। ଗତ କାଲି ବିଧାୟକ ଶ୍ରୀ କେ ନାରାୟଣ ରାଓ ଙ୍କ ପ୍ରେଶ୍ମିଟ ର ଜବାବ୍ ଆଜି ରଖିଛି।ଆଜି ଅପରାହ୍ନ ରେ କାଶୀନଗର ବିଜେଡ଼ି ତରଫରୁ ଏକ ପ୍ରେସ ମିଟ ର ଆୟୋଜନ କରାଯାଇଥିଲା।ଏହି ପ୍ରେସ୍ ମିତ୍ ରେ ବ୍ଲକ୍ ବିଜେଡ଼ି ସଭାପତି ଆର୍ ରାମ ପ୍ରସାଦ ଟାଉନ୍ ବିଜେଡ଼ି ସଭାପତି ରଘୁରାମ ସାହୁ ପୂର୍ବତନ ପୌର ଅଧ୍ୟକ୍ଷା ଏମ୍ ସୁଧା ରାଣୀ ବରିଷ୍ଠ ନେତା କେ ଆପା ରାଓ ଗା ବାରା ତିରୁପତି ରାଓ ଏହି ପ୍ରେସ ମିତ ଯୋଗ ଦେଇ ବିଧାୟକ ଶସ୍ତା ରାଜନୀତି କରୁଛନ୍ତି।ଦୀର୍ଘ କୋଭିଡ଼ କାଳରୁ ଜଣ ପ୍ରତିନିଧି ହୋଇ କୋଉ ଯାଗାକୁ ଯାଇ ଲୋକ ମାନଙ୍କ ସହ ସମ୍ପର୍କ ନରଖି କୋଭିଦ କାଳରେ ନିୟମ ଉଲଂଘନ କରି ଉଦ୍ଘାଟନ ରେ ବ୍ୟସ୍ତ ରହିଛନ୍ତି। ଜନ କୁ ଛାଡି ପ୍ରତିନିଧି କେବେ ହୋଇପାରିବେ ନାହିଁ।ବିଜେଡ଼ି କାର୍ଯ୍ୟ ରେ ବିଶ୍ୱାସ କରେ।ଗ୍ୟାସ୍ ପେଟ୍ରୋଲ ଦର୍ ବୃଦ୍ଧି ରୁ ନଜର ହଟାଇବା ପାଇଁ ବିଧାୟକ ଏଭଳି ଫେସବୁକ୍ କିମ୍ବା ଗୋଟେ ଦୁଇଟା ପ୍ରେସ ମିତ କରି ଲୋକ ଙ୍କୁ ବିଭ୍ରାନ୍ତି କରୁଛନ୍ତି।ଉନ୍ନୟନ କାର୍ଯ୍ୟ ପାଇଁ ରାଜନୀତି କରିବା ଜଣେ ଅଭିଜ୍ଞ ରାଜ ନେତା ପକ୍ଷେ ସୁନ୍ଦର ଦିଶୁନି।ଯଦି ବିଧାୟକ ଉନ୍ନୟନ କାର୍ଯ୍ୟ ଚାହୁଁଛନ୍ତି କେନ୍ଦ୍ର ର କୌଣସି ଗୋଟେ ପ୍ରକଳ୍ପ କରି ଦେଖା ନ୍ତୁ।ଯୁବକ ମାନଙ୍କୁ ଚାକିରି ଦେଇପରିଲାନି ବିଜେପି ଦର ନିୟନ୍ତ୍ରଣ କରି ପାରିଲା ନାହିଁ।କେବଳ ନଜର ହଟାଇବାକୁ ବିଧାୟକ ଏଭଳି ଶସ୍ତା ରାଜନୀତି କରୁଛନ୍ତି।ଉନ୍ନୟନ କାର୍ଯ୍ୟ ପାଇଁ ଜନ ଆବେଗ ଓ ଇଚ୍ଛା ଶକ୍ତି ର ଆବଶ୍ୟକ ବୋଲି ଉପସ୍ଥିତ ନେତା ମାନେ କହିଛନ୍ତି। କାଶୀନଗର ରୁ ପ୍ରଶାନ୍ତ କୁମାର ସାହୁ ଙ୍କ ରିପୋର୍ଟ।

related posts

1 comment

Deepak Kumar majhi June 21, 2021 - 5:51 am

👍

Reply

Leave a Comment