Home Breaking News / ତାଜା ଖବର ଇବ୍ରାହିମହି ରଇସି ଇରାନର ନୂଆ ରାଷ୍ଟ୍ରପତି

ଇବ୍ରାହିମହି ରଇସି ଇରାନର ନୂଆ ରାଷ୍ଟ୍ରପତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଇବ୍ରାହିମହି ରଇସିଙ୍କୁ ଇରାନ ନୂଆ ରାଷ୍ଟ୍ରପତି ବାଛିଛି। ଇରାନର ଗୃହ ମନ୍ତ୍ରୀ ଅବଦୁଲ ରଜା ରହମାନୀ ଫଜଲି ତ୍ରୟୋଦଶ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି। ଏଥିରେ କଠୋରପନ୍ଥୀ ଛବି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଇବ୍ରାହିମହିଙ୍କୁ ରାଷ୍ଟ୍ରପତି ଭାବେ ବିଜେତା ଘୋଷିତ କରାଯାଇଛି।ଦେଶରେ ପ୍ରାୟ ୬୦ ନିୟୁତ ଯୋଗ୍ୟ ଭୋଟର ଥିବାବେଳେ ନିର୍ବାଚନରେ କମ୍ ମତଦାନ ହୋଇଛି। ନିର୍ବାଚନ ପରିଚାଳନା କରୁଥିବା ୧୨ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗାର୍ଡିଅନ କାଉନସିଲ ଜନସମର୍ଥନ ଥିବା କେତେଜଣ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ଅଧିକାଂଶ ଜନତା ଭୋଟ ଦେବାରୁ ଦୂରେଇ ରହିଥିବା କୁହାଯାଉଛି। ଗୃହ ଉପମନ୍ତ୍ରୀ ଜମାଲ ଓରଫ୍ କହିଛନ୍ତି, ନିର୍ବାଚନରେ ୨ କୋଟି ୮୬ ଲକ୍ଷ ଭୋଟର ମତଦାନ କରିଥିଲେ। ରଇସି ୬୨ ପ୍ରତିଶତିତ ଭୋଟ୍ ପାଇଛନ୍ତି। ଇସ୍ଲାମିକ୍ ରିଭୋଲ୍ୟୁଶନାରି ଗାର୍ଡ କର୍ପ୍ସର ବରିଷ୍ଠ ଅଧିକାରୀ ମୋହସେନ୍ ରେଜାଇ ୧୧.୮ ପ୍ରତିଶତିତ ଭୋଟ୍ ପାଇ ଦ୍ୱିତୀୟରେ ରହିଛନ୍ତି।
ରଇସିଙ୍କୁ ବିଦାୟୀ ରାଷ୍ଟ୍ରପତି ହାସନ ରୁହାନି ଅଭିନନ୍ଦନ ଜଣାଇଛନ୍ତି।

related posts

1 comment

Deepak Kumar majhi June 21, 2021 - 5:30 am

👍

Reply

Leave a Comment