Home Breaking News / ତାଜା ଖବର ବନ୍ଦ ଥିବା ପେଟ୍ରୋଲ ପମ୍ପ ସୋମବାର ଖୋଲିବ

ବନ୍ଦ ଥିବା ପେଟ୍ରୋଲ ପମ୍ପ ସୋମବାର ଖୋଲିବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କୁ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ଏକ ସପ୍ତାହ ବନ୍ଦ ଥିବା ପେଟ୍ରୋଲ ପମ୍ପ ଆସନ୍ତା କାଲି ସମୋବାର ଖୋଲାଯିବ ବୋଲି ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି।କୋଭିଡ୍ ନିୟମ ଅନୁଯାୟୀ ପେଟ୍ରୋଲ ପମ୍ପରେ ସମସ୍ତ କାର୍ଯ୍ୟରତ କର୍ମଚାରୀଙ୍କ କରୋନା ସ୍ବାସ୍ଥ୍ୟ ପରୀକ୍ଷା କରାଯାଥିଲା। ଯାଞ୍ଚରେ କୈାଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡିଛି। ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ପେଟ୍ରୋଲ ପମ୍ପକୁ ରାସାୟନିକ ପାଣିରେ ଛିଞ୍ଜନ କରି ଖୋଲିବାକୁ କୁହାଯାଇଛି। ଏହି ୭ ଦିନ ଧରି କଟକଣା ଜାରି ଯୋଗୁଁ ପମ୍ପରେ ପେଟ୍ରୋଲ ଓ ଡିଜେଲ୍ କିଣି ନପାରି ବାହାରୁ ଅଧିକା ୧୦ ଟଙ୍କା ଦରରେ କିଣି ଖର୍ଚ୍ଚାନ୍ତ ହୋଇଥିବା ଲୋକେ କହିଛନ୍ତି। ଆସନ୍ତାକାଲି ଖୋଲାଯିବା ନେଇ ଲୋକେ ଆଶ୍ବସୀ ହୋଇଛନ୍ତି। କୋଭିଡ୍-୧୯ ନିୟମ ଅନୁଯାୟୀ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରଖି ସଚେତନତା ରହିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି।

related posts

1 comment

Deepak Kumar majhi June 21, 2021 - 5:39 am

👍

Reply

Leave a Comment