Home Breaking News / ତାଜା ଖବର ସରକାରୀ ସହାୟତା ଅପେକ୍ଷାରେ ଝୁନୁ ସାହୁ

ସରକାରୀ ସହାୟତା ଅପେକ୍ଷାରେ ଝୁନୁ ସାହୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ବାଉଁଶଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗାମୁଣ୍ଡି ଗ୍ରାମର ଗୁଡ଼ିଆ ସାହି ରେ ଗୋଟିଏ ଘରେ ସ୍ୱର୍ଗତ ଲଡ଼ୁ ସାହୁ ଙ୍କ ଝିଅ ଝୁନୁ ସାହୁ ରହୁଛନ୍ତି l ତାଙ୍କର ବୟସ 40 ବର୍ଷ l ତାଙ୍କର ଜଣେ ଭାଇ ଅଛନ୍ତି କିନ୍ତୁ ସେ ଅନ୍ୟତ୍ର ଅଲଗା ରହୁଛନ୍ତି ଏବଂ ଭାଇର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଭଉଣୀ ଙ୍କୁ ସାହାଯ୍ୟ କରିପାରୁନାହାନ୍ତି l ତେଣୁ ଝୁନୁ ସେହି ଘରେ ଏକୁଟିଆ ରୁହନ୍ତି l ଗରିବ ଘରେ ଜନ୍ମ ହୋଇଥିବାରୁ ଆର୍ଥିକ ଅଭାବ ହେତୁ ଅବିବାହିତ ଅଛନ୍ତି l ଆଗରୁ ଅନ୍ୟ ମାନଙ୍କ ଘରେ କାମ କରି କିଛି ଅର୍ଥ ରୋଜଗାର କରି ନିଜ ପେଟପାଟଣା କରୁଥିଲେ l କିନ୍ତୁ ଦୁର୍ଭାଗ୍ୟ ର ବିଷୟଯେ ଗତ ଦୁଇ ବର୍ଷ ହେଲା ସେ ଫାଇଲେରିଆ ରୋଗ ରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କର ଡାହାଣ ଗୋଡ଼ ଟି ଫୁଲି ଯାଇଛି ଏବଂ ସେ କୌଣସି ଜାଗା ରେ ପଡିଯିବାରୁ ଗୋଡ଼ ଟି ରେ ମାଡ଼ ବାଜି ଘା ହୋଇଯାଇଛି l ଯାହାର ବର୍ତ୍ତମାନ ଅସ୍ତ୍ରୋପଚାର କରିବାର ଆବଶ୍ୟକତା ରହିଛି l ସରକାର ଙ୍କ ତରଫରୁ ତାଙ୍କୁ ରାସନ କାର୍ଡ ରେ ମାସ କୁ 5 କେଜି ଚାଉଳ ଏବଂ 500 ଟଙ୍କା ଭତ୍ତା ମିଳୁଛି l ଯେଉଁଥିରେ ସେ ଚଳିବା କଷ୍ଟକର ଏବଂ ସାହି ପଡୋଶୀ ଙ୍କ ସାହାଯ୍ୟ କେତେବେଳେ ମିଳିଲେ ଖାଉଛନ୍ତି ନହେଲେ ଭୋକ ରେ ରହୁଛନ୍ତି l ପୂର୍ବରୁ ବିଭିନ୍ନ ଚିକିତ୍ସଳୟ ରେ ଝୁନୁ ଙ୍କ ର ଚିକିତ୍ସା କରାଯାଇଥିବା ବେଳେ ଗୋଡ଼ ର ଅସ୍ତ୍ରୋପଚାର ନିମନ୍ତେ ପ୍ରାୟ 6ଲକ୍ଷ ଟଙ୍କା ର ଆବଶ୍ୟକ ରହିଛି l ବର୍ତ୍ତମାନ ସମୟ ରେ ଏହି ଅର୍ଥ କୁ ଯୋଗାଡ଼ କରିବାପାଇଁ ସେ ଅସମର୍ଥ l ଏଣୁ ଏପରି ଦୁଃଖଦ ସମୟରେ ଯଦି ସରକାର ଙ୍କ ତରଫରୁ କିମ୍ବା କୌଣସି ସହୃଦୟ ବ୍ୟକ୍ତି ଙ୍କ ଠାରୁ ସାହାଯ୍ୟ ମିଳେ ତେବେ ଝୁନୁ ସାହୁ ଙ୍କ ର ଚିକିତ୍ସା କରାଯାଇପାରିବ ଲ

related posts

1 comment

Deepak Kumar majhi June 21, 2021 - 5:54 am

👍

Reply

Leave a Comment