Home Breaking News / ତାଜା ଖବର ଅଜଣା ଗାଡି ଧକାରେ ୧୬ ଛେଳି ମୃତ: କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ଅଜଣା ଗାଡି ଧକାରେ ୧୬ ଛେଳି ମୃତ: କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ): କଙ୍କଡାହାଡ଼ ବ୍ଲକ ଜାତୀୟ ରାଜପଥ ୧୪୯ କଟୁମୁଣ୍ଡା ଛକ ଠାରେ ଏକ ଅଜଣା ଗାଡି ଧକ୍କା ରେ ସନ୍ଧ୍ୟା ୬ ସମୟରେ ୧୬ ଟି ଛେଳି ମୃତ୍ୟୁ ହେଇଅଛି ।କଟୁମୁଣ୍ଡା ଗ୍ରାମର ନିର ପଧାନ ଓ ଭିକାରୀ ପଧାନ ନିଜେ ଛେଳି ଚରାଇ ଘରକୁ ଛେଳି ନେଇ ଫେରୁଥିଲେ ।ପ୍ରତକ ଦର୍ଶୀଙ୍କ କହିବା କଥା ହେଲା ଟ୍ରକ ତାଳଚେର ଆଡୁ ଖମାର ଆଡ଼କୁ ଯାଉଥିଲା ଗାଡିର ବେକ ଅଧିକ ଥିଲା ।ଏହି ଛକ ରେ ବାରମ୍ବାର ଦୁର୍ଘଟଣା ଘଟିଥିବାରୁ ଜନଅସନ୍ତୋଷ ପାଉଅଛି ।ମୃତ ଛେଳି ର କ୍ଷତି ପୂରଣ ପାଇଁ ଗ୍ରାମବାସୀ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।ସେ ଦୁଇ ଜଣ ଆଦିବାସୀ ଗରିବ ଶ୍ରେଣୀର ବ୍ୟକ୍ତି ହେଇଥିବାରୁ ସରକାରଙ୍କ ତରଫରୁ ସହାୟତା ପାଇବା ପାଇଁ ନିବେଦନ କରିଛନ୍ତି ।ଏ ସମ୍ପର୍କରେ ମହାବିରୋଡ଼ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ସହିତ ଯୋଗାଯୋଗ କରିବାରୁ କହିଛନ୍ତି ଘଟଣା ସ୍ଥଳକୁ ଯାଇ ଲୋକ ମାନଙ୍କୁ ବୁଝାସୁଝା କରି ରାସ୍ତା ରୋକ କୁ ହଟାଇଛନ୍ତି ଦୁର୍ଘଟଣା କାହିଁକି କେଉଁ ପରିସ୍ଥିତିରେ ହେଲା ଅଧିକ ତଦନ୍ତ ଜାରି ରଖିଛନ୍ତି ।

related posts

1 comment

Deepak Kumar majhi June 21, 2021 - 5:54 am

👍

Reply

Leave a Comment