Home Breaking News / ତାଜା ଖବର ୨୩ ବର୍ଷ ଯୁବକ ସଞ୍ଜୟ ରାଉତଙ୍କ ମୃତ୍ୟୁ: ବିଧାୟକ ଦେବୀ ମିଶ୍ରଙ୍କ ଶୋକ ପ୍ରକାଶ

୨୩ ବର୍ଷ ଯୁବକ ସଞ୍ଜୟ ରାଉତଙ୍କ ମୃତ୍ୟୁ: ବିଧାୟକ ଦେବୀ ମିଶ୍ରଙ୍କ ଶୋକ ପ୍ରକାଶ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ):ଆଜି ନିମସାହିର ଜଣେ ୨୩ ବର୍ଷ ଯୁବକ ସଞ୍ଜୟ ରାଉତଙ୍କ ଦୁଃଖଦ ମୃତ୍ୟୁ କଟକ ବଡ଼ ଡ଼ାକ୍ତରଖାନାରେ ହୋଇଯାଇଛି । ଗ୍ରାମର ଜଣେ ବ୍ୟକ୍ତି ସାଙ୍ଗରେ ସେ କାମ କରିବାକୁ ତେଲେଙ୍ଗାନା ଯାଇଥିଲେ । ଗାଁ କୁ ଫେରିବା ବେଳେ ବିଶାଖାପାଟଣା ରେଳ ଷ୍ଟେସନରେ ସେ ଏକାକୀ ରହିଯାଇଥିଲେ । ତାଙ୍କର କୌଣସି ପରିସ୍ଥିତି ବା ଦୁର୍ଘଟଣା ରେ ସେ ୮୦% ପୋଡିଯାଇଥିଲେ । ଖବର ପାଇ ତାଙ୍କ ଆତ୍ମୀୟ,ଦମକଟାର ବାବି ସାହୁ ତାଙ୍କୁ ଆଣି କଟକ ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏ ଘଟଣା ଜାଣିବା ପରେ, ସଞ୍ଜୟଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ପ୍ରଫେସରଙ୍କୁ କହିଥିଲେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର। କିନ୍ତୁ ଆଜି ସଞ୍ଜୟଙ୍କର ଦେହାନ୍ତ ହୋଇଯାଇଛି |ବିଧାୟକ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି |

related posts

1 comment

Deepak Kumar majhi June 21, 2021 - 5:55 am

👍

Reply

Leave a Comment