Home Breaking News / ତାଜା ଖବର କୋଭିଡ କେୟାର ସେଣ୍ଟରରୁ ଘରକୁ ଗଲେ: ଦିନକ ପରେ ଜୀବନ ଗଲା

କୋଭିଡ କେୟାର ସେଣ୍ଟରରୁ ଘରକୁ ଗଲେ: ଦିନକ ପରେ ଜୀବନ ଗଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ନରସିଂହପୁର ରାଉତଭୂଇଁରେ ଜଣେ କୋଭିଡ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ କୋଭିଡ କେୟାର ସେଣ୍ଟରରୁ ଯିବାର ଦିନେ ପରେ ମୃତ୍ୟୁ ହୋଇଯାଇଛି। ଏହି ସତୁରିବର୍ଷ ବୟସ୍କ ରଘୁନାଥ ରାଉତ କଟକ ବଡଡାକ୍ତରଖା ନାରେ ଗଲା ୯ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହୋଇ ୪ଦିନ ଚିକିତ୍ସାଧିନ ହେବାପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦ୍ଵାରା release ହୋଇ ନରସିଂହପୁର କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଗଲା କାଲି ସେଠାରୁ ଘରକୁ ଛଡ଼ା ଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଛି | ଏହାପରେ ଶବ ଦାହ ସମସ୍ୟା ଦେଖାଗଲା | ଏ ଖବର ପାଇ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର,ଗାଁ ଲୋକଙ୍କୁ ବୁଝାଇ ତାଙ୍କୁ ଦାହ କରିବାକୁ ତହସିଲଦାର ବିଡ଼ିଓଙ୍କୁ କହିଥିଲେ । ଘଟଣାସ୍ଥଳରେ ନରସିଂହପୁର ବ୍ଲକ ଅଧ୍ୟକ୍ଷ ମଧ୍ୟ ପହଞ୍ଚି ଗାଁ ବାସୀଙ୍କ ସଂଗେ ଆଲୋଚନା କରିଛନ୍ତି। ଗ୍ରାମବାସୀ ଅମଙ୍ଗ ହେବାରୁ ନରସିଂହପୁର ତହସିଲଦାର ବିଡ଼ିଓ ଙ୍କ ଉପସ୍ଥିତିରେ ବିକଳ୍ପ ସ୍ଥାନରେ କୋଭିଡ ନିୟମ ଅନୁସାରେ ବ୍ୟବସ୍ଥା କରି ଦାହ କରିଛନ୍ତି |
ମୃତକଙ୍କ ପୁତ୍ର ନରସିଂହପୁର କୋଭିଡ କେୟାର ସେଣ୍ଟରରେ ଏବେ ବି ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ବିଧାୟକ ଶ୍ରୀ ମିଶ୍ର,ଜିଲ୍ଲା କୋଭିଡ ନୋଡାଲ ଅଧିକାରୀଙ୍କୁ ଅନୁଧ୍ୟାନ କରିବାକୁ କହିଛନ୍ତି
| ସୂଚନା ଅନୁଯାୟୀ,ଆଜି ନରସିଂହପୁରରୁ ୯ଜଣ ଓ ବଡମ୍ବାରୁ ୭ ଜଣ ସର୍ଵମୋଟ ୧୬ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।
ନରସିଂହପୁରର ବସନ୍ତପୁରରୁ ୨ଜଣ, ବାକି ଘୋରାଡିଆ, ଜାନିସାହି, ମଣ୍ଡାତୁଠ, ନୂଖାପଡା, ପଂଚମା, ଋଷିପଡ଼ା ଓ ଜଣେ ପୋଲିସ କର୍ମଚାରୀ କୋଭିଡ ଚିହ୍ନଟ ହୋଇଛନ୍ତି। ୨ଜଣଙ୍କୁ ହୋମ ଆଇସୋଲେସନ ରେ ରଖାଗଲାବେଳେ ୭ଜଣଙ୍କୁ ନରସିଂହପୁର କୋଭିଡ କେୟାର ସେଣ୍ଟରକୁ ଆଉ ମଣ୍ଡାତୁଠର ଜଣଙ୍କୁ ଅଧିକ ଚିକିତ୍ସା ଆବଶ୍ୟକତା ଦୃଷ୍ଟିରୁ କଟକ ସାଉଥ ପଏଣ୍ଟ କୋଭିଡ ହସ୍ପିଟାଲକୁ ପଠାଯାଇଛି।
ବଡମ୍ବାରୁ ଖଳିଡିପି ଓ ମଙ୍ଗରାଜପୁରରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ମଙ୍ଗଳପୁର, ଝାଜିଆ, କୋଟପଲ୍ଲାରୁ ବାକି ଚିହ୍ନଟ ହୋଇଛନ୍ତି।

related posts

1 comment

Deepak Kumar majhi June 21, 2021 - 5:52 am

👍

Reply

Leave a Comment