Home Breaking News / ତାଜା ଖବର 5 ଟି ଲାଗୁ ପାଇଁ ସିକରପାଇ ବିଦ୍ୟାଳୟକୁ ଜିଲ୍ଲାପାଳଙ୍କ ପରିଦର୍ଶନ

5 ଟି ଲାଗୁ ପାଇଁ ସିକରପାଇ ବିଦ୍ୟାଳୟକୁ ଜିଲ୍ଲାପାଳଙ୍କ ପରିଦର୍ଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସିକରପାଇ ସରକାରୀ ଉଚ ବିଦ୍ୟାଳୟ କୁ ଆଜି ଅର୍ଥାତ ୨୦/୦୬ ତାରିଖ ଦିନ ଜିଲାପାଳ ସରୋଜ କୁମାର ମିଶ୍ର ପରିଦର୍ଶନ କରିଛନ୍ତି। ରାଜ୍ୟ ସରକାର ଙ୍କ ଫାଇଭ ଟି ର ପ୍ରଭାବରେ ଭିତି ଭୂମି ରହିଥିବା ବିଦ୍ୟାଳୟ ମାନଙ୍କୁ ସମ୍ପୂର୍ଣ ଭାବରେ ଅତି ଅଧୁନିକରଣ କରାଯିବ ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରାସଙ୍ଗିକତା ପୂରଣ କରିବାକୁ ପଡିବ ତେଣୁ ଏହି ସବୁ ଭିତ୍ତିଭୂମି ର କ୍ଷମତା ଯାଞ୍ଚ କରିବାସହ ଏହାକୁ ଲାଗୁ କରାଇବା ପାଇଁ ଜିଲ୍ଲା ଶିକ୍ଷାମଣ୍ଡଳୀ ସହ ବହୁ ଜିଲ୍ଲା ପଦାଧିକାରୀ ପହଞ୍ଚି ଥିଲେ। କରନା କଟକଣାକୁ ଦୃଷ୍ଟିରେ ରଖି ଅତ୍ୟଧିକ ଗହଳି ନ କରି ଆବଶ୍ୟକ ଅଧିକାରୀଙ୍କୁ ଆସିବାକୁ ଅନୁମତି ଦେଇଥିଲେ। ଏହି ବିଦ୍ୟାଳୟ ୧୯୮୩ ରେ ବ୍ଲକର ଦ୍ବିତୀୟ ତମ ଉଚ୍ଚ ବିଦ୍ୟାଳୟ ଭାବେ ସ୍ଥାପନ କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ନିଜର ଗାରିମା ବଜାଇ ରଖିବା ସହ ପାସ ହାର ଜିଲାର ପ୍ରଥମ କିମ୍ବା ଦ୍ବିତୀୟ ସ୍ଥାନ ରଖି ଆସୁଛି। ଖାଲି ପାସ ହାର ନୁହେଁ ଶୃଙ୍ଖଳା, ଅନୁଶାସନ, ଶିକ୍ଷା, କଳା କୃତି,ଖେଳ କୂଦ ରେ ବି ବ୍ଲକ ତଥା ଜିଲ୍ଲାରେ ନା କରା ବିଦ୍ୟାଳୟଟି ଅଟେ । ଏହାର ସୁରକ୍ଷା ଓ ଅନୁଶାସନ ପାଇଁ ଏହି ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ତତ୍କାଳୀନ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ପରିଣତ କରି ଅଂଚଳର ଅଗଣିତ ପାଠକ ପାଠିକା ମାନଙ୍କ ସୁବିଧା କରିଥିଲେ।ପୂର୍ବରୁ ଅନେକ ପ୍ରଧାନ ଶିକ୍ଷକ ଯୋଗ ଦେଇ ଥିଲେ କିଛିଦିନ ବିନା ପ୍ରଧାନ ଶିକ୍ଷକ ରେ ବିଦ୍ୟାଳୟ ଚାଲିଥିଲା କିନ୍ତୁ ରଞ୍ଜିତ କୁମାର ଗିରୀ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେବା ଠାରୁ ବିଦ୍ୟାଳୟର ତରୋତର ଉନତି ହେଉଥିବା ପରିଲକ୍ଷିତ ହେଉଛି ବୋଲି ପୂର୍ବତନ ବିଦ୍ୟାଳୟ ସଭାପତି ବାସୁଦେବ ମାର୍ଥ,ବର୍ତମାନ ସଭାପତି ଚିତ୍ତରଞ୍ଜନ ଗାଣ୍ଟ ପ୍ରମୁଖ କହିଛନ୍ତି। ଏହି ସରକାରୀ ଶିକ୍ଷାନୁଷ୍ଠାନ ଟି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ରହିଛି ତେଣୁ ଫାଇବ ଟି ଅନୁସାରେ ଦିଜ଼ୀଟାଲାଇଜ଼ କରାଗଲେ ଅତି ଉନତ ମାନର ଶିକ୍ଷାଦାନ ହୋଇ ପାରିବ ବିଶିଷ୍ଟ ଶିକ୍ଷାବିତ ଓ ପୂର୍ବତନ ଛାତ୍ର ମାନେ ମତ ବେଇଛନ୍ତି। ଏହି ପ୍ରଭାବରେ ସ୍ମାର୍ଟ ଶ୍ରେଣୀ ଗୃହ, ଇ ପାଠାଗାର, ଉନତ ମାନର ଶୌଚାଳୟ, ପାନୀୟ ଜଳ, ବସିବା ପାଇଁ ଉନତ ଅସବାଵ ପତ୍ର ଯୋଗାଇ ଦିଆଜିବ। ପ୍ରକାଶ ଯୋଗ୍ୟ ଏହିକି ଯେ ବିଦ୍ୟାଳୟରେ ଅନେକ ଛୋଟ ବଡ଼ ସମସ୍ୟା ଲାଗି ରହିଛି ତାହା ସବୁଠୁ ପ୍ରଥମ ସମସ୍ୟା ବିଦ୍ୟାଳୟର ଆଇ ଏ ସି ଟି, ଏମ ସି ଟି, ଖେଳ, ଗଣିତ ବିଜ୍ଞାନ ଶିକ୍ଷକ ର ଅଭାବ ରହିଛି ତାହା ପୂରଣ କରିବାକୁ ଅଭିଭାବକ ସଙ୍ଘ ଦାବୀ କରିବା ସହ ଯେଉଁଥିପାଇଁ ଜିଲାପାଳ ଆସି ପରିଦର୍ଶନ କରି ଯାଇଛନ୍ତି ତାହା ପୂରଣ କଲେ ଜିଲ୍ଲାର ଦ୍ବିତୀୟ ନୁହେଁ ପ୍ରଥମ ଓ ରାଜ୍ୟର ଗୋଟିଏ ଆଦର୍ଶ ବିଦ୍ୟାଳୟ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି। ଏହି ପରିଦର୍ଶନରେ ଜିଲାପାଳ ବ୍ୟତୀତ ପୂର୍ଣ ଚନ୍ଦ୍ର ବରିହା,ଡି ଏସ ଏସ ମନୋଜ ଗୌଡ଼, ସ୍ଥାନୀୟ ତହସିଲ ଦାର ଦେବାଶିଷ କର, ବି ଡି ଓ କାଳୁଚରଣ ନାୟକ, ମଣ୍ଡଳ ଶିକ୍ଷାଧିକାରୀ ହରି ହର ମହାପାତ୍ର, ଉପ ମଣ୍ଡଳ ଶିକ୍ଷାଧିକାରୀ ମୋହନ କଣ୍ଡାଗରୀ,ପ୍ରଧାନ ଶିକ୍ଷକ ଶ୍ରୀ ଗିରୀ, ଦିଲ୍ଲୀପ କୁମାର ପଣ୍ଡା ଓ ଅନ୍ୟ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ।

related posts

1 comment

Deepak Kumar majhi June 21, 2021 - 5:50 am

👍

Reply

Leave a Comment