Home Breaking News / ତାଜା ଖବର ଭୂକମ୍ପ ଝଟକାରେ ଥରିଲା ଉତରପୂର୍ବ ଭାରତ, ଆସାମ, ମଣିପୁର ଓ ଅରୁଣାଚଳରେ କମ୍ପନ

ଭୂକମ୍ପ ଝଟକାରେ ଥରିଲା ଉତରପୂର୍ବ ଭାରତ, ଆସାମ, ମଣିପୁର ଓ ଅରୁଣାଚଳରେ କମ୍ପନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ସକାଳେ ଲଗାତର ଭୂକମ୍ପ ଝଟକାରେ ଥରି ଉଠିଛି ଉତରପୂର୍ବ ଭାରତ । ଅରୁଣାଚଳ ପ୍ରଦେଶ ଏବଂ ମଣିପୁରରେ ଅନେକ ଅଂଚଳରେ ଏହି ଝଟକା ଅନୁଭୂତ ହୋଇଛି । ଦୁଇ ରାଜ୍ୟରେ ଅନୁଭୂତ ହୋଇଥିବା କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୩.୧ରୁ ୩.୬ ମଧ୍ୟରେ ରେକର୍ଡ ହୋଇଛି ।
ନାସନାଲ ସେଂଟର ଫର ସେସମୋଲଜି ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧ଟା ୨୨ ମିନିଟରେ ମଣିପୁରରେ ୩.୬ ତୀବ୍ରତାର ଏକାଧିକ କମ୍ପନ ଅନୁଭୂତ ହୋଇଥିଲା । ପ୍ରଥମ କମ୍ପନ ପାଙ୍ଗିନର ଉତର-ଉତରପଶ୍ଚିମକୁ ପ୍ରାୟ ୯୫ କିମି ଦୂରରେ ଅନୁଭୂତ ହୋଇଥିଲା । ଦ୍ବିତୀୟ ଭୂମିକମ୍ପଟି ଶିରୁଇର ଉତ୍ତରପଶ୍ଚିମକୁ ପ୍ରାୟ ୨୦ କିଲୋମିଟର ଦୂର ଭୂଗର୍ଭର ୩୦ କିଲୋମିଟର ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା। କିଛି ଘଂଟା ପରେ ଭୋର୍ ୫ଟା ୪୧ ମିନିଟରେ ପୁଣି ୩.୧ ତୀବ୍ରତାର କମ୍ପନ ଆସିଥିଲା । ଉତରାଖଣ୍ଡର ଅନ୍ତର୍ଗତ ଉତରକାଶୀର ଉତରକୁ ପ୍ରାୟ ୬୨ କିମି ଦୂରରେ ୩.୧ ତୀବ୍ରତାର କମ୍ପନ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ପ୍ରାୟ ୧୫ କିମି ତଳେ ବୋଲି ନାସନାଲ ସେଂଟର ଫର ସେସମୋଲଜି ସୂଚନା ଦେଇଛି । ଗତ ଶନିବାର ରାତିରେ ଆସାମର ଉତରପୂର୍ବ ଜିଲ୍ଲା ଗୁଡିକରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା । ଆସାମରେ କମ୍ପନର ତୀବ୍ରତା ୪.୨ ରହିଥିଲା ।
ମୋଟ୍ ଉପରେ ଗତ ୨୪ ଘଂଟାରେ ପ୍ରାୟ ୫ ଥର କମ୍ପନ ଆସିଥିବା ନାସନାଲ ସେଂଟର ଫର ସେସମୋଲଜି ସୂଚନା ଦେଇଛି ।

related posts

1 comment

Deepak Kumar majhi June 21, 2021 - 5:30 am

👍

Reply

Leave a Comment