Home Breaking News / ତାଜା ଖବର ଚିରନିଦ୍ରାରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁମିଶ୍ର, ଓଲିଉଡରେ ଶୋକର ଛାୟା

ଚିରନିଦ୍ରାରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁମିଶ୍ର, ଓଲିଉଡରେ ଶୋକର ଛାୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓଲିଉଡକୁ କରୋନାର ଆଉ ଏକ ଶକ୍ତ ଝଟକା । ସବୁ ଦିନ ପାଇଁ ନୀରବି ଯାଇଛି ରାଜ୍ୟର ନାଁ କରା କଣ୍ଠଶିଳ୍ପୀ ତପୁମିଶ୍ର । ଗତ କିଛି ଦିନ ଧରି ତପୁମିଶ୍ର କରୋନା ସଂକ୍ରମିତ ହେବା ପରେ ଚିକିତ୍ସିତ ହେଉଥିଲେ । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ପରବର୍ତି ସ୍ୱାସ୍ଥ୍ୟ ଜଟିଳତା ଦେଖା ଦେଇଥିଲା । କୋରନା ସଂକ୍ରମଣ ହେବା ପରେ ତାଙ୍କର ଫୁସଫୁସ ୍ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଶେଷ ୪୮ ଘଂଟା ତାଙ୍କର ଅବସ୍ଥା ଅଧିକ ଜଟିଳ ହୋଇଥିଲା । କରୋନା ସହିତ ଲଢେଇ ଭିତରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ କଳାକାର ତଥା ତାଙ୍କର ଫ୍ୟାନ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ । ହେଲେ ନିୟତି କିଛି ଅଲଗା ରଖିଥିଲା ଏହି ପ୍ରତିଭାବାନ୍ କଣ୍ଠଶିଳ୍ପୀଙ୍କ ଭାଗ୍ୟରେ । ଆଜି ରାତି ୧୧ଟାରେ ତାଙ୍କର ନିଧନ ଘଟିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।
ଭଜନ, ଆଧୁନିକ ସଙ୍ଗୀତ ଠାରୁ ଆରମ୍ଭ କରି ଏକାଧିକ ଭାଷାରେ ସେ ଗୀତ ଗାଇ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣିଥିଲେ । ଆଜି ସେହି ସୁରିଲା କଣ୍ଠସ୍ୱର ନିରବି ଯାଇଛି । ଓଡିଶା ସଙ୍ଗୀତ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି । ତାଙ୍କର ପରଲୋକରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ଏତେ କମ୍ ବୟସରେ ତପୁମିଶ୍ରଙ୍କ ପରଲୋକଙ୍କୁ କେହି ବିଶ୍ୱାସ ବି କରିପାରୁନାହାନ୍ତି ।

related posts

2 comments

Deepak Kumar majhi June 19, 2021 - 6:01 pm

Sad news🙏

Reply
Deepak Kumar majhi June 21, 2021 - 5:56 am

Sad news

Reply

Leave a Comment